ଜନ୍ମ ପ୍ରମାଣ ପତ୍ର ପାଇଁ ଲୋକଙ୍କ ଭିଡ଼ : କର୍ମଚାରୀଙ୍କ ଅବହେଳା ଅଭିଯୋଗ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳା ପୌର ପରିଷଦ ଜନ୍ମ ପ୍ରମାଣ ପତ୍ର ପାଇଁ ସାଧାରଣ ଲୋକଙ୍କ ଅହେତୁକ ଭିଡ଼ ହେଲେ ସୁଧା କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକ ତାହା ପାଇବାରେ ସମସ୍ୟାର ସମୁଖୀନ ହେଉଥିବା ଅଭିଯୋଗ ହୋଇଛି । ଜଣେ ସାଧାରଣ ଅଞ୍ଚଳବାସୀ ଦିର୍ଘ ଦିନ ପୂର୍ଵରୁ ପଞ୍ଜିକରଣ ଆବେଦନ କରିଥିଲେ ମଧ୍ୟ ପୌର କାର୍ଯ୍ୟଳୟରେ ଏଥିପ୍ରତି ଅବହେଳା କରାଯାଉଛି, ଏଠାରେ ରହିଥିବା ଜନ୍ମ ପଞ୍ଜିକରଣ ବିଭାଗରେ ଯେଉଁ ଅଧିକରିଣୀ ରହିଛନ୍ତି ବର୍ତ୍ତମାନ କୋଭିଡ ଆଶଙ୍କାରେ ଅଞ୍ଚଳବାସି ଥିଲେ ମଧ୍ୟ ସେଠାରେ ବାଧ୍ୟ ହୋଇ ଭିଡ଼ ଜମାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏହାସହ ଉକ୍ତ ଅଧିକାରୀ ଜଣକ ତାଙ୍କ ମୋବାଇଲ ଫୋନରେ ଵ୍ୟସ୍ତ ରହୁଥିବାବେଳେ ସାଧାରଣ ଲୋକଙ୍କ ଏହି କାର୍ଯ୍ୟଟି ବିଳମ୍ୱିତ ହେଉଥିବା ଦେଖିବାକୁ ମିଳୁଥିବା ଜଣାପଡିଛି । ଏଥିପ୍ରତି ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି ।