

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ବଉଳ ଗାଁ ପଞ୍ଚାୟତରେ ନିମପଲ୍ଲୀ ଦଳିତ ଗ୍ରାମର ଏହି ଜମିହୀନ ବ୍ୟକ୍ତିମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ବସୁନ୍ଧରା ଯୋଜନାରେ ୧୦ ଡିସିମିଲି ଜାଗା ସହ କୃଷି ଋଣ ଦେବା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ମାନେ ଜମିଦାରମାନକ ଜମିକୁ ଭାଗ ଚାଷରେ ଆଣି ଭାଗ ଚାଷ କରି ଏବଂ ମୂଳମଜୁରୀ କରି କୁଟୁମ୍ବ ପୋଷୁ ଛନ୍ତି ବୋଲି ଜଣାପଡିଛି । ସେମାନେ ଗ୍ରୁପ କରି କୃଷି ଋଣ ପାଇଁ ସୋସାଇଟିକୁ ବାରମ୍ବାର ଜଣାଇ ଧାଇଁଲେ ମଧ୍ୟ କୃଷି ଋଣ ମିଳୁ ନାହିଁ କି କୌଣସି ସାହାର୍ଯ୍ୟ ମିଳୁନାହିଁ । ଏହିମାନେ ଗରିବ ଜାଗା ଘର ନଥିବାରୁ ଗୋଟିଏ ଘରେ ୨/୩ଟି ବିବାହିତ ପୁଅମାନଙ୍କୁ ନେଇ ବହୁ ଅସୁବିଧାରେ ଚଳୁଥିବା ଜଣାପଡିଛି । ଏହିମାନେ ଗତବର୍ଷ ନଭେମ୍ବର ମାସରେ ଛତ୍ରପୁର ତହସିଲଦାରଙ୍କୁ ବସୁନ୍ଧରା ଯୋଜନାରେ ୧୦ ଡ଼ିସିମିଲ ଯୋଗଇ ଦେବା ପାଇଁ ଫର୍ମ ପୁରଣ କରି ଦେଇଥିଲେ ମଧ୍ୟ କୌଣସି ସାହାର୍ଯ୍ୟ ମିଳିନାହିଁ । ଆମ୍ଭେ ଧାଇଁ ଧାଇଁ ଛତ୍ରପୁରକୁ ଖର୍ଚ୍ଚାନ୍ତ ହେଇଚୁ ସିନା ଆମ୍ଭର କାମ ହେଉ ନାହିଁ . ତେଣୁ ତୁରନ୍ତ ଜାଗା ଯୋଗାଇବାକୁ ଦାବି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା