ଜଳେଶ୍ୱର (ସମୃଦ୍ଧ ଓଡିଶା) ଜମି କ୍ରୟ ବିକୟର ବହୁ ଦିନ ପର୍ଯ୍ୟନ୍ତ ମ୍ୟୁଟେସନ ଘଟଣା ପଡି ରହୁଥିବାରୁ ବିକ୍ରେତା ମାନେ ଦୀର୍ଘଦିନ ଧରି ଆର୍ଆଇ ଓ ତହସିଲ ଓ ସବ୍ରେଜେଷ୍ଟ୍ରି ଅଫିସକୁ ବାରମ୍ବାର ଦୌଡିବାକୁ ପଡୁଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଚିଠି ନଂ ୧୯୫୦୭ ତା ୧୧-୨-୨୦ ଅନୁଯାୟୀ ମୁଖ୍ୟ ସଚିବ ବିଷ୍ଣୁପଦ ସେଠୀ ସବୁ ଜିଲାପାଳଙ୍କୁ ଚିଠି ଲେଖି ସ୍ୱଳ୍ପ ଦିନରେ ପଟ୍ଟା ବଣ୍ଟନ କରିବାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଫଳରେ ଓଡିଶାର ବିଭିନ୍ନ ତହସିଲରେ ଏହି କାର୍ଯ୍ୟ ଖୁବ୍ କମ୍ ସମୟ ମଧ୍ୟରେ ତ୍ୱାରାନ୍ନିତ ହୋଇପାରୁଛି । ରାଜସ୍ୱ ବିଭାଗ ମ୍ୟୁଟେସନ୍ କେସ୍ ଗୁଡିକୁ ସ୍ୱଳ୍ପ ସମୟରେ ସାରିବାଲାଗି ଗତ ୪-୬-୨୦ରେ ଏକ ଚିଡା ପ୍ରସ୍ତୁତ କରିଛନ୍ତି । ଜଳେଶ୍ୱର ତହସିଲଦାର କ୍ଷୀରୋଦ କୁମାର ପଣ୍ଡା ଆଜି ମଙ୍ଗଳବାର ଜମି କ୍ରୟର ୨ଘଣ୍ଟା ମଧ୍ୟରେ ୪ଜଣଙ୍କୁ ପଟ୍ଟା ବଣ୍ଟନ କରିଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମରେ ତହସିଲଦାର ଶ୍ରୀପଣ୍ଡା, ସେକ୍ସନ୍ ଅଫିସର ବଂଶୀଧର ମାଝୀ, ଆର୍କେ ଦାସ, ଏସ୍ ପଟ୍ଟାୟତ, ମାନସ ବେହେରା ପ୍ରମୁଖ ଆର୍ଆଇ, ଡିଓୟ ସଂଜିବ ବାରିକ, ସ୍ନିଗ୍ଧା ପଟ୍ଟନାୟକ, ଏସ୍କେ ସୁଧିଆ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା