ଛତ୍ରପୁର (ସମୃଦ୍ଧ ଓଡିଶା)ଜରୁରୀକାଳୀନ ସେବା ପାଇଁ ଏହି ନମ୍ବରକୁ ଯୋଗାଯୋଗ କରିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ବିଜ୍ଞପ୍ତି ଜାରୀ ହୋଇଛି । ବର୍ତ୍ତମାନ ବିଏସଏନଏଲ (BSNL) ବେଳେ ବେଳେ ଅଚଳ ହୋଇଯାଉଥିବାରୁ ୧୦୧ ଫ୍ରି ସର୍ଭିସ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ଇତ୍ୟାଦି ନମ୍ବର ଗୁଡିକ ସହିତ ଯୋଗାଯୋଗ ହୋଇପାରୁନାହିଁ ବୋଲି ଅଭିଯୋଗ ହୋଇଛି । ଯଦି କୌଣସି କ୍ଷେତ୍ରରେ ଛତ୍ରପୁର ବ୍ଲକ ଅଂଚଳରେ କିଛି ଦୁର୍ଘଟଣା ଘଟେ କିମ୍ବା ଅଗ୍ନିଶମ ବିଭାଗ (FIRE DEPARTMENT) କିମ୍ବା ଆମ୍ବୁଲେନ୍ସ (AMBULANCE) ସେବାର ଜରୁରୀ ଆବଶ୍ୟକ ହୁଏ ତେବେ ଏହିସବୁ ଫୋନ ନମ୍ବର ଗୁଡିକୁ ଯୋଗାଯୋଗ କରିବାକୁ କୁହାଯାଇଛି । ଅଗ୍ନିଶମ ସେବା ସଂସ୍ଥା ଛତ୍ରପୁରର ନମ୍ବର ୦୬୮୧୧୨୬୨୬୦୦ (06811262600) ଯଦିଓ ନ ଲାଗେ,ତେବେ ଛତ୍ରପୁର ଅଂଚଳର ଲୋକମାନେ ୭୦୦୮୧୦୭୦୪୦ (7008107040) ଏହି ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି କୁହାଯାଇଛି ଏବଂ ଯେ ପର୍ଯ୍ୟନ୍ତ ଏ ଅସୁବିଧାର ସମାଧାନ ନ ହୋଇଛି ସେ ଯାଏଁ ଏହି ନମ୍ବରରେ ଯୋଗାଯୋଗ କରିବାକୁ ସମାଜସେବୀ ନିମାଇଁ ଚରଣ ପଣ୍ଡା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା