ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସମ୍ପତ୍ତିଆ ପଂଚାୟତ ଅଧିନ ଜଳାକାପଡିଆସ୍ଥିତ ମୋତିଲାଲ ସୀମାନ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରଜେନ୍ଦ୍ର ନାଥ ମହାପାତ୍ରଙ୍କ ଆଜି ପ୍ରତ୍ୟୁଷରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୫୬ବର୍ଷ ହୋଇଥିଲା । ସେ ଦୀର୍ଘଦିନ ଧରି କେନ୍ସରରେ ପିଡିତଥାଇ ଚିକିତ୍ସିତ ହୋଇ ଆସୁଥିଲେ । ତାଙ୍କ ପଂଚୁଘଣ୍ଟାସ୍ଥିତ ବାସଭବନରେ ଓଷ୍ଟାର ଜିଲା ସଂପାଦକ ମନୋରଂଜନ ଦାସ, ଜଳେଶ୍ୱର ମଣ୍ଡଳ କାର୍ଯ୍ୟକାରୀ ସଭାପତି ମୂରଲୀ ମୋହନ ପ୍ରଧାନ, ସଂପାଦକ ଡ. ଅଜିତ୍ କୁମାର ମହାନ୍ତି, ହରିପଦ ସିଂହ, ପ୍ରାଣକୃଷ୍ଣ ଗିରି, ଗଗନ ବିହାରୀ ପରିଡା, ରାଇବଣିଆ ମଣ୍ଡଳ ସଂପାଦକ ବଂଧୀଧର ବାରିକ ପ୍ରମୁଖ ପହଞ୍ଚି ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କର ଶେଷକୃତ୍ୟପାଇଁ ଓଷ୍ଟା ପକ୍ଷରୁ ୫ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସଂପାଦକ ଡ. ମହାନ୍ତି ସୂଚନା ଦେଇଛନ୍ତି । ସେ ଜଣେ ମିଷ୍ଟଭାଷୀ, ମେଳାପି ଓ ପରଉପକାରୀ ମଣିଷରୂପେ କ୍ଷାତିଅର୍ଜନ କରିଥିଲେ । ତାଙ୍କର ବିଧବାପତ୍ନୀ ଓ ଜଣେ ପୁତ୍ର ଓ ତିନି କନ୍ୟା ରହିଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟ ଖେଳି ଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା