ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରାମ୍ୟ ରାସ୍ତାଠାରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ରାସ୍ତାର ୨ ପଟରେ ଜବରଦଖଲକାରୀ ଆଧିପତ୍ୟ ବିସ୍ତାର କରି ସ୍ଥାୟୀ ନିର୍ମାଣ କରିଚାଲିଥିବା ବେଳେ ସେମାନଙ୍କୁ ପ୍ରଶାସନ ହଟାଇବାରେ ବିମୁଖ । ଫଳରେ ବହୁସ୍ଥାନରେ କ୍ଷୟକ୍ଷତି ପରିମାଣ ବଢୁଥିବା, ରାସ୍ତାଖାଟ ନଷ୍ଟ ହେଉଥିବାର ଘଟଣା ଘଟୁଥିବା ବେଳେ ନାମ୍ପୋଠାରେ ଏପରି ଘଟଣାରେ ପୂର୍ବ ସୂଚନା ଅନୁଯାୟୀ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣ ଅନୁଷ୍ଠିତ ହୋଇଯାଇଛି । ଜଳେଶ୍ୱରର ନାମ୍ପୋ ଏକ ଏତିହାସୀକ ଓ ପ୍ରମୁ ସ୍ଥାନ । ଏଠାକୁ ଗାନ୍ଧିତୀ ଆସି ଅରଟରେ ସୂତାକାଟି ଲୁଗା ବୁଣିବାର ଐତିହାସିକ ତଥ୍ୟ ରହିଛି । ୧୯୭୮ ମସିହାରେ ମୋରାରୋଜୀ ଦେଶାଇ ସରକାରଙ୍କ ସମୟରେ ଭାରତରେ ୫୦ଟି ଗ୍ରାମ ମଧ୍ୟରୁ ଓଡିଶାର ୪ଟି ସ୍ଥାନ ପାଇଥିବା ବେଳେ ନାମ୍ପୋକୁ ‘ହୋଲ ଭିଲେଜ ସ୍କିମ୍’ରେ ଗ୍ରହଣ କରାଯାଇଥିଲା । କିନ୍ତୁ ଏବେ ଏହି ଗାଁର ରାସ୍ତାକଡ ସ୍ଥାନ ଜବରଦଖଲ ହୋଇ ସ୍ଥାୟୀ ନିର୍ମାଣ କାର୍ଯ୍ୟ ସରିଥିବାରୁ ଜଳନିଷ୍କାସନ ସମସ୍ୟା ଭାବେ ଦେଖା ଦେଇଛି । ୫୭ ରାଜ୍ୟ ରାଜପଥର ନାମ୍ପୋ ବଜାରଠାରେ ଜଳ ନିଷ୍କାସନ ହୋଇ ପାରୁନଥିବାରୁ ପ୍ରାୟ ୩୦୦ ଏକର ଜମିର ଚାଷ ନଷ୍ଟ ହୋଇ ଆସୁଛି । ତେଣୁ ଆଜି ନାମେପା ବିଜେପି ପକ୍ଷରୁ ପୂର୍ବସୂଚନା ଅନୁଯାୟୀ ତହସିଲ ସମ୍ମୁଖରେ ଗଣ ଧାରଣ ଦିଆଯାଇଥିଲା । ସେଠାରେ ଥିବା ଏକ ବଡ ପୋଲର ମୁହଁରେ ବଡ ବଡ ପକ୍କା ଗୃହ ନିର୍ମାଣ ହୋଇଥିବା, ବନ୍ଧ ନିର୍ମାଣ ଯୋଗୁଁ ଜଳ ନିଷ୍କାସନ ଠପ୍ ହୋଇଛି । ନାମ୍ପୋ ଫାଣ୍ଡିଠାରୁ ନାମ୍ପୋ ବଜାର ଯାଏ ଜବରଦଖଲ ହଟେଇବା ପାଇଁ ବାରମ୍ବାର ସ୍ଥାନୀୟ ଆର୍ଆଇ ବିଡିଓ, ତହସିଲଦାର ଏପରି ଜିଲାପାଳଙ୍କୁ ମଧ୍ୟ ଜଣାଇ ଦିଆଯାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ବିଜେପି ନେତା ଅରୁଣ ବେଜ, ସମୀର ପାତ୍ର, ପ୍ରତାପ ସେନାପତି, ଜଗନ୍ନାଥ ପ୍ରଧାନ, ଜିତୁ ବ୍ରହ୍ମଦେ, ଗିତାରାଣୀ ଜେନା, ଜଗେଶ ମହାପାତ୍ର, ବିଜୟ ଜେନା, ନିମାଇଁ ପ୍ରଧାନ, ସୁମତୀ ଦେଙ୍କ ନେତୃତ୍ୱରେ ଗଣଧାରଣ ଆରମ୍ଭ ହୋଇଥିଲା । କିନ୍ତୁ ବାଲେଶ୍ୱର ସଦର ନିର୍ବାଚନ ପରିପ୍ରେକ୍ଷୀରେ ଆଚରଣବିଧି ଲାଗୁ ହେବା ଓ ପଦସ୍ଥ ଅଧିକାରୀମାନେ ବ୍ୟସ୍ତ ରହୁଥିବା କାରଣ ଆନ୍ଦୋଳନକାରୀମାନେ ୨ ଘଣ୍ଟାପରେ ସେଥିରୁ କ୍ଷାନ୍ତ ହୋଇଥିଲେ । ନିର୍ବାଚନ ପରେ ଆଚରଣବିଧି ନଭେମ୍ବର ୧୦ତାରିଖରେ ଉଠିବାପରେ ତହସିଲ ସମ୍ମୁଖରେ ଆମରଣ ଅନଶନ ହେବ ବୋଲି ଆଜି ଏହି କାର୍ଯ୍ୟକ୍ରମର ଆବହକ ଜଗନ୍ନାଥ ପ୍ରଧାନ ସୂଚନା ଦେଇଛନ୍ତି ।