ଜଳେଶ୍ୱର (ସମୃଦ୍ଧ ଓଡିଶା) ସମଗ୍ର ରାଜ୍ୟରେ ଜଳ ପରିମଳ ବିଭାଗରେ ତୃଣମୂଳ ସ୍ତରରେ କାର୍ଯ୍ୟକରୁଥିବା କର୍ମଚାରୀ ମାନଙ୍କୁ ସରକାର ସ୍ଥାୟୀ କରିବା ପରିବର୍ତ୍ତେ ବହିସ୍କାରର ଆଦେଶ ଦେଇଥିବାରୁ ସମଗ୍ର ରାଜ୍ୟରେ ପ୍ରତିକ୍ରୀୟା ପ୍ରକାଶ ପାଇଛି । ରାଜ୍ୟରେ ୭୪୪ କର୍ମଚାରୀ ଥିବା ବେଳେ ବାଲେଶ୍ୱର ଜିଲାରେ ୨୫ଜଣ ଭାଗ୍ୟକୁ ଆଦରି ବସିଛନ୍ତି । ଘଟଣାରୁ ପ୍ରକାଶ ନିକଟରେ ସରକାରଙ୍କ ଚିଠିନମ୍ବର ୨୯୩୬ ମୂଳେ କାର୍ଯ୍ୟରତ ଡିପିସି, ଏପିସି, ଡିଏଲ୍ସି, ବିସି ଓ ସିସି କର୍ମଚାରୀଙ୍କୁ ଆସନ୍ତା ୩୧ ତାରିଖ ସୁଦ୍ଧା ବହିସ୍କାର କରିବାକୁ ନିର୍ଦ୍ଦେଷ ଦେଇଛନ୍ତି । ଏହାର ପ୍ରତିବାଦରେ ସମଗ୍ର ରାଜ୍ୟରେ କର୍ମଚାରୀମାନେ ଆନ୍ଦୋଳନ କରିଥିବା ବେଳେ ବାଲେଶ୍ୱରରେ ତାର ପ୍ରଭାବ ପରିଲକ୍ଷିତ ହୋଇଛି । ବାଲେଶ୍ୱର ଜିଲାକୁ ସଂପୂର୍ଣ୍ଣ ମଳମୁକ୍ତ କରିବା, ଜଳକ୍ଳିଷ୍ଟ ଦୂର କରିବା ଏହି କର୍ମଚାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା । ତେଣୁ ସେମାନଙ୍କ ଚାକିରୀକୁ ନିୟମିତ କରିବା ସହିତ ବହିସ୍କାର ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ଦାବି ଜଣାଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା