ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି ରିଲିଫ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଲଘୁଚାପ ଜନିତ ବର୍ଷା ଯୋଗୁଁ ଦକ୍ଷିଣ ଓଡିଶାର ବ୍ରହ୍ମପୁର ସହର ଜଳମଗ୍ନ ହୋଇଯାଇଛି । ଯାହାଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଲୋକମାନଙ୍କ ସୁଖ ଦୁଃଖର ବନ୍ଧୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ନିଜେ ଏହି ପରିସ୍ଥିତିର ତଦାରଖ କରିବା ପାଇଁ ଓ ଜଳବନ୍ଦୀ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ସେମାନଙ୍କ ପାଖରେ ଦେବଦୁତ ସାଜି ଠିଆ ହୋଇଛନ୍ତି । ଏଥି ସହିତ ଗଞ୍ଜାମ ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏନ୍ ଧନଞ୍ଜୟ ରାଓ ମଧ୍ୟ ନିଜ ଜିବନକୁ ବାଜି ଲଗାଇ ଲୋକଙ୍କର ଅସୁବିଧା ଦୂର କରିବା ପାଇଁ ଓ ସେମାନଙ୍କୁ ସାହାଯ୍ୟ କରିବା ଲାଗି ଆଗେଇ ଆସିଛନ୍ତି । ଏହାସହ ୱର୍ଡ ନମ୍ବର ୩୯ ଓ ୪୦ ସରଧାଵାଲି ଅଞ୍ଚଳରେ ଜଳବନ୍ଦୀ ଲୋକମାନଙ୍କୁ ରିଲିଫ ପ୍ରଦାନ କରିବା ସହ ସମସ୍ୟାର ସମାଧାନ ଅତି ଶିଘ୍ର କରିବା ପାଇଁ ଲୋକମାନଙ୍କୁ ପ୍ରତିଶୃତି ଦେଇ ସାନ୍ତ୍ୱନା ପ୍ରଦାନ କରିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା । ଏହି ଜନହିତକର ସେବାରେ ଅନ୍ୟ ବିଜେଡ଼ି କର୍ମୀ ମାନେ ତଥା ଗଞ୍ଜାମ ଜିଲ୍ଲା ବିଜେଡ଼ି ଉପସଭାପତି ବନମାଳୀ ସେଠୀ, ସଚିନ୍ ପାତ୍ର, କର୍ପୋରେଟର ମୂରଲୀ ମୋହନ, ବ୍ରହ୍ମପୁର ଯୁବ ବିଜେଡ଼ି ସଭାପତି ମୁକୁନ୍ଦ ଗଉଡ, ଛାତ୍ର ନେତା ଦିଲ୍ଲିପ ପାତ୍ର ଓ ଆଦର୍ଶ କୁମାର ମହାନ୍ତି (ନିଖିଲ) ଆଦି ଉପସ୍ଥିତ ରହିଥିଲେ । ବିଧାୟକଙ୍କ ଏହି ଜନହିତକର କାର୍ଯ୍ୟ, ପରୋପକାର ମନୋଭାବ ଓ ସହାନୁଭୂତିକୁ ଲୋକମାନେ ବହୁତ ପ୍ରଶଂସା କରିଛନ୍ତି । ନିଜକୁ ଜନତାଙ୍କ ଅସମୟର ବନ୍ଧୁ ବୋଲି ପ୍ରମାଣିତ କରି ସମସ୍ତଙ୍କ ପ୍ରିୟ ପାତ୍ର ସାଜିଛନ୍ତି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ।

ରିପୋର୍ଟର : ଆଶୁତୋଷ ପଟନାୟକ