ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକର ସୁଗୋ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ୱାବଲମ୍ବୀ କାରିଗର ମାନଙ୍କର ୧୦ ଦିନିଆ ତାଲିମ କାର୍ଯ୍ୟକ୍ରମ ଜଳେଶ୍ଵର ବ୍ଲକ ଅଧ୍ୟକ୍ଷ ମାନସ ଜେନାଙ୍କ ଦ୍ଵାରା ଆନୁଷ୍ଠାନିକ ଭାବେ ଉଦ୍ଦଘାଟିତ ହୋଇଯାଇଛି । ଅନ୍ୟ ଅତିଥି ଭାବେ ମଧ୍ୟରେ ସୁଗୋ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ଅରୁଣ କୁମାର ପରିଡ଼ା, ଓରମାସ ଅଧିନ ନିଆଇଏଏମ ମ୍ୟାନେଜର ସତ୍ୟବ୍ରତ ଦାସ, ମାଷ୍ଟର ଟ୍ରେନର ଦେବାଶିଷ ମହାପାତ୍ର ଉପସ୍ଥିତ ଥିଲେ ସମୃଦ୍ଧ । ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜେନା ଗରମ ଦିନରେ ସୂଚାରୁରୂପେ ପାଣି ଯୋଗାଇବା ପାଇଁ ସ୍ୱାବଲମ୍ବୀ କାରୀଗର ମାନଙ୍କୁ କହିଥିଲେ ଓ ୧୦ ଦିନ ତାଲିମ ଭଲ ଭାବେ ନେବାକୁ କହିଥିଲେ । ବ୍ଲକରେ ମୋଟ ୮୪ ଜଣ ଏସଇଏମ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୪୨ ଜଣ ତାଲିମ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ଓ ଦ୍ଵିତୀୟ ପର୍ଯ୍ୟାୟ ରାଇବଣିଆ ଅଞ୍ଚଳରେ ଅନ୍ୟ ୪୨ ଜଣ ଏସଇଏମ୍ ଙ୍କୁ ନେଇ ତାଲିମ ଦିଆ ଯିବ ବୋଲି କାର୍ଯ୍ୟାଳୟ ତରଫରୁ ଜଣାପଡ଼ିଛି ।