ସୂର୍ଯ୍ୟ ଯେପରି ରାତ୍ରିର ଅନ୍ଧକାର ଦୂର କରିବାକୁ ସମର୍ଥ ହୋଇଥାନ୍ତି ,ସେହିପରି ଶ୍ରେଷ୍ଠ ପ୍ରାଣୀ ରୂପରେ ପରିଗଣିତ ହେଉଥିବା ମଣିଷ ବିବେକ ଖଟାଇ କାମ କଲେ ସବୁଥିରେ ଜୟ ଲାଭ କରନ୍ତେ ।ପ୍ରତ୍ୟେକ ମଣିଷର ସୁଗୁଣର ସୁଗନ୍ଧ ଆପେ ଆପେ ଚତୁର୍ଦ୍ଦିଗକୁ ବ୍ୟାପିଯାଇଥାଏ ।ତାହା ତାର ଜୀବନର ଅନ୍ତିମ କାଳରେ ପରିପ୍ରକାଶ ହୋଇଥାଏ ।ହେଉ ବା ରାଜା ହେଉ ବା ଫକୀର ଗଲାବେଳେ ଶୂନ୍ୟ ହସ୍ତରେ ଯାଇଥାଏ ।ତେବେ କାହିଁକି ରାଜା ଆଉ ଫକୀର ମଧ୍ୟରେ
ଫରକ ।ଯେପରି ଦୀପଟିଏ ପ୍ରଜ୍ବଳିତ ହେଲେ ଗୃହଟିର ଅନ୍ଧକାର ଦୁରୀଭୂତ ହୋଇଥାଏ,ସେହିପରି ଜ୍ଞାନ ରୂପକ ଦୀପଟିକୁ ଆମେ ଜଳାଇ ପାରିଲେ ସମସ୍ତ କଷ୍ଟ ଦୁରୀଭୂତ ହୁଅନ୍ତା ।ହିଂସା , ଦ୍ୱେଶ, ଈର୍ଷା, ପାପ,ତାପକୁ ପରିତ୍ୟାଗ କରି ଶୋଷଣ ପରକଷଣ ବିରୋଦ୍ଧରେ ସ୍ୱର ଉତ୍ତୋଳନ କରିବା ।
ଓଁ କାର,ନୈବେଦ୍ୟ
ଶୁଭ ଶଙ୍ଖ,ଘଣ୍ଟା ଧ୍ୱନି ,ପ୍ରାର୍ଥନା,ଧ୍ୟାନ ଆରାଧନା ଦ୍ୱାରା
ପ୍ରଭୁଙ୍କର ସନ୍ନିକଟ ହୋଇ ସ୍ବର୍ଗୀୟ
ଭାବନାରେ ସେବା, ପ୍ରେମ,ତ୍ୟାଗ ଓ
ବଳିଦାନ ଦେଇ କିଛି ସଂଦେଶ ଦେଇଯିବା ସମାଜକୁ ।ଅଗଣିତ
ନିଷ୍ପେସିତ ମଣିଷର ହୃଦୟରେ ସଂଗ୍ରାମୀର ଆହ୍ବାନ ଆଣିବାପାଇଁ
ନିଜକୁ ଉତ୍ସର୍ଗୀକୃତକରିବା ।
ରୂପ ,ଯୌବନ ,ସମ୍ପଦ ଗର୍ବରେ ଗର୍ବିତ ହେବାନାହଁ ।କାରଣ ଏହା ଚିରସ୍ଥାୟୀ ନୁହେଁ । ଧନ ଯୌବନ ମଣିଷକୁ ବିଚାରଶୂନ୍ୟ କରିଥାଏ । ଏହା ଆମ ଜୀବନର ଶାଶ୍ୱତ ସତ୍ୟ । ସଂସାରର ବନ୍ଧନ କ୍ଷଣସ୍ଥାୟୀ ।ଯୌବନ ଦିନେ ଜରଗ୍ରସ୍ତ ହୋଇ ମୃତ୍ୟୁ କବଳିତ ହେବ ।ଜୀବନର ସମସ୍ତ ଦୁଃଖ ,ପାପ, ତାପ,ଗ୍ଲାନି ଦୂର କରିବା ନିମନ୍ତେ ଓ ଜରାବ୍ୟାଧିଆଦିକୁ ବିଜୟ ପ୍ରାପ୍ତି ନିମନ୍ତେ ଧ୍ୟାନ,ଧାରଣା ଏକାନ୍ତ ଆବଶ୍ୟକ ।କିଛି ପରିବର୍ତ୍ତନ ପାଇଁ ଦେଇଚାଲିବା ପ୍ରତିଶୃତି ,କରିବା ପାଳନ,ଏବଂ କରିବା ଶପଥ ।
ଲେଖକ : ସରିତା ମହାନ୍ତି । ଶିକ୍ଷୟିତ୍ରୀ। ବାଲିଆପାଳ। ବାଲେଶ୍ୱର ।