
ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ଏନଏସି ଲୁଣିଘାଟିର ୨ଗୋଟି ପରିବାରଙ୍କ ଘର ଜଳିପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି । ଏହି ଖବର ପାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ସେଠାରେ ତୁରନ୍ତ ପହଞ୍ଚି ସେହି ଘରର ପରିବାର ଲୋକଙ୍କୁ ଭେଟି ଆର୍ଥିକ ରାଶି ପ୍ରଦାନ କରିଛନ୍ତି ଏବଂ ସରକାରୀ ସହାୟତା ଅତିଶୀଘ୍ର ଯୋଗାଇଦେବା ପାଇଁ ଏକ୍ସକ୍ୟୁଟିଭ ଅଫିସର ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା