

ଜଳେଶ୍ବର (ସମୃଦ୍ଧ ଓଡିଶା) ନିର୍ବାଚନ ଆୟୋଗ ଭାରତ ସରକାରଙ୍କ ଆଦେଶ ମତେ ଜଳେଶ୍ଵର ବ୍ଳକ ଅଧୀନ ୧୬୧ଟି ବୋଥର ବୋଥ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନଙ୍କୁ ଆଜି ପୂର୍ବାହ୍ନରେ “ଗରୁଡ଼ଆପ” ସମ୍ବନ୍ଧରେ ବ୍ଲକ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ପରିସରରେ ଯଥାକ୍ରମେ ୨ଟି ପର୍ଯ୍ୟାୟରେ ତାଲିମ ପ୍ରଦାନ କରାଯାଇଛି । ଉକ୍ତ ଗରୁଡ଼ଆପ ମାଧ୍ୟମରେ ଭୋଟର କିପରି ସୁବିଧାରେ ବିନା କାଗଜ କଲମରେ ନୂତନ ନାମ ପଞ୍ଜିକରଣ, ସଂଶୋଧନ, ସ୍ଥାନ ପରିବର୍ତ୍ତନ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇ ପାରିବେ, ସେ ବାବଦରେ ବିଡିଓ ଦିପ୍ତିରଞ୍ଜନ ସେଠି ଆଲୋକପାତ କରିଥିଲେ ଓ ସରକାରଙ୍କ ଏହା ଏକ ଅଭିନବ ପ୍ରୟାସ ବୋଲି କହିଥିଲେ । ଏଥିରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ, ମାୟାଧର ମଲ୍ଲିକ ଓ ସିପି, ସୁଜିତ କୁମାର ଜେନା ବିଏଲଓ ମାନଙ୍କୁ ତାଲିମ ପ୍ରଦାନ ଓ ପରିଚାଳନା କରିଥିଲେ। ବ୍ଲକ କର୍ମଚାରୀ ସୁରେନ୍ଦ୍ର ନାଥ ଭୁୟାଁ ସହଯୋଗ କରିଥିଲେ ।
ରିପୋର୍ଟ : ଭୂପତି ପରିଡା