ଜଳେଶ୍ଵର (ସମୃଦ୍ଧ ଓଡିଶା) ମିଳିତ ନିଶା ନିବାରଣ ମଞ୍ଚ ଜଳେଶ୍ଵର ଆନୁକୂଲ୍ୟରେ ଶ୍ରୀ ଅରବିନ୍ଦ ଯୋଗ ମନ୍ଦିର ପ୍ରାଙ୍ଗଣରେ ଆନ୍ତର୍ଜାତିକ ନିଶା ବିରୋଧୀ ଦିବସ ଦିଲ୍ଲୀପ କୁମାର ଗିରିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଅଛି । ଆଜି ଯୁବପିଢି କିଭଳି ନିଶା ଦ୍ଵାରା କବଳିତ ହେଉଛନ୍ତି ସେ ବିଷୟରେ ବକ୍ତା ମାନେ ଉଦବେଗ ପ୍ରକାଶ କରିଥିଲେ । ଜଳେଶ୍ଵର ଓଡ଼ିଶାର ଏକ ନିଶାର ପେଣ୍ଠସ୍ଥଳୀ ପାଲଟି ଯାଇଛି । ପଶ୍ଚିମବଙ୍ଗଳା, ବାଙ୍ଗଲାଦେଶ ଓ ଝାଡ଼ଖଣ୍ଡ ପ୍ରଭୃତି ସ୍ଥାନରୁ ଜଳେଶ୍ଵର ଦେଇ ନିଶା ଚାଲାଣ ହେଉଛି । ଅବକାରୀ ବିଭାଗ ଓ ପ୍ରଶାସନକୁ ବେଖାତିର କରି ନିଶା ବେପାରୀ ମାନେ ତାଙ୍କର କାୟା ବିସ୍ତାର କରି ଚାଲିଛନ୍ତି । ଏଇ ମାତ୍ର କିଛି ଦିନ ପୂର୍ବରୁ ପଞ୍ଚୁଘଣ୍ଟା ବାଲି ସୈରାତରୁ ବାଲେଶ୍ଵର ଜିଲ୍ଲାପାଳ ନିଜେ ଗଞ୍ଜେଇ ଗଛ ନଷ୍ଟ କରିବା ଏକ ନିଛକ ଉଦାହରଣ । ଏହାକୁ ରୋକିବା ପାଇଁ ଯୁବ ପିଢ଼ିକୁ ସଚେତନ କରିବା ସଙ୍ଗେ ସଙ୍ଗେ ପ୍ରସାଶନିକ ସ୍ତରରେ ଏହାକୁ ଆହୁରି କଠିନ ଭାବରେ ନିୟନ୍ତ୍ରଣ କରିବାକୁ ପଡ଼ିବ । ଆଜିର ବୈଠକ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛୁ ଓଡ଼ିଶାକୁ ସମ୍ପୁର୍ଣ୍ଣ ଭାବରେ ନିଶା ମୁକ୍ତ ରାଜ୍ୟ ଭାବରେ ଘୋଷଣା କରନ୍ତୁ । ଆମେ ପ୍ରଥମେ ନିଜ ଘରୁ ନିଶା ବିରୋଧରେ ସ୍ୱରଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ସ୍କୁଲ ଏବଂ କଲେଜ ସ୍ଥରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଅଛି । ଏହି ବୈଠକରେ ଡ.ଲଳିତ ରଞ୍ଜନ ସେନାପତି, ଜିତାଂଶୁ ନନ୍ଦୀ, ଭାସ୍କର ଚନ୍ଦ୍ର ମିଶ୍ର, ରାଜାରାମ କରର୍ଶମା, ସୁମନ୍ତ କୁମାର ଘୋଷ, ନିତ୍ୟାନନ୍ଦ ଦାସ, ମାନସ କର, ରଜତ କୁମାର ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଶେଷରେ ଜ୍ୟୋତିଷ ଚନ୍ଦ୍ର କର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା