
ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଆୟାନ ମୋବାଇଲ ପଏଣ୍ଟ ରେ ଦୁଇଜଣ ଭିଭୋ ଗ୍ରାହକଙ୍କୁ କମ୍ପାନୀ ତରଫରୁ ଭିଭୋ ଆୱାର୍ଡ଼ ଦିଆଯାଇଛି । ଭିଭୋ ମୋବାଇଲ ଲଞ୍ଚ କରିବା ଦିନ ଠାରୁ ଉକ୍ତ ଦୁଇଜଣ ଗ୍ରାହାକ ଭିଭୋ କମ୍ପାନୀ ଉପରେ ସନ୍ତୁଷ୍ଟ ଥାଇ ପ୍ରଚାର ପ୍ରସାର କରି ବହୁ ଗୁଡ଼ିଏ ମୋବାଇଲ ନେଇ ବିକ୍ରି କରି ଥିବାରୁ କମ୍ପାନୀ ତରଫରୁ ସନ୍ତିଆ ଗ୍ରାମର ଗ୍ରାହକ ବିକାଶ ରଞ୍ଜନ ଗିରି ଓ ଆମ୍ବଡ଼ିହା ଗ୍ରାମର ଗ୍ରାହକ ଅକ୍ଷୟ କୁମାର ନନ୍ଦୀ ପ୍ରମୁଖ ଦୁଇଜଣ ସନ୍ତୁଷ୍ଟ ଗ୍ରାହକଙ୍କୁ ମାନପତ୍ର ଓ ପୁଷ୍ପଗୋଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ଏରିଆ ସେଲ୍ସ ମ୍ୟାନେଜର କମଲେଶ ଦେ, ଟ୍ରେନର ରାଜେଶ କୁମାର ବେହେରା, ଟିସିଏମ୍ ବିକାଶ କୁମାର ଦାସ, ବିଭୋ ବ୍ରାଣ୍ଡ ଏଡଭାଇଜର ସପନ କୁମାର ରାଉତ ଓ ଆୟାନ୍ ମୋବାଇଲ ପଏଣ୍ଟର ମୁଖ୍ୟ ଶେଖ୍ ଜମ୍ମିରୁଦ୍ଦିନ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି ପରିଡା