ଜଳେଶ୍ଵର (ସମୃଦ୍ଧ ଓଡିଶା) ବାଲେଶ୍ୱର ବିଜୁ ଜନତା ଦଳର ଜିଲ୍ଳା ସଭାପତି ତଥା ବାଲେଶ୍ୱରର ପୁର୍ବତନ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଏବଂ ଜଳେଶ୍ୱରର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପରାମର୍ଶ କ୍ରମେ କରୋନାର ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ଲକଡାଉନ ସାରା ଓଡ଼ିଶାରେ ଚାଲିଛି, ସେଇ ଅବସରରେ ଜଳେଶ୍ଵର ଟାଉନ ହଲ ଏବଂ ପଦା ସାହିରେ ଥିବା ଅସହାୟ ଲୋକଙ୍କ ନିମନ୍ତେ ବିଜୁ ଜନତା ଦଳ ଜଳେଶ୍ୱର ନଗର ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି ଏବଂ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସକାଳ ଓଳି ସମୟରେ ଶୁଖିଲା ଓ ରୋଷେଇ ଖାଦ୍ୟ ବଣ୍ଟନ କରାଯିବ ବୋଲି ଟାଉନ ବିଜୁ ଯୁବ ଜନତା ଦଳ ସଭାପତି ଆନନ୍ଦ କୁମାର କର ଜଣେଇଛନ୍ତି l