ଜଳେଶ୍ଵର (ସମୃଦ୍ଧ ଓଡିଶା) ମହାମାରୀ କରୋନା ଦ୍ଵିତୀୟ ଲହରୀ ସମୟରେ ସଂକ୍ରମଣକୁ ରୋକିବା ପାଇଁ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ସହିତ ସର୍ଟଡାଉନ ଓ ଅନ୍ୟାନ୍ୟ କଟକଣା ଜାରି କରାଯାଇଥିବା ବେଳେ, ଏହି ସମୟରେ ଆବଶ୍ୟକ ନ ଥିଲେ କେହି ଘରୁ ବାହାରକୁ ଆସିବା ପାଇଁ ଲୋକଙ୍କୁ କଡ଼ାକଡ଼ି ଭାବେ ବାରଣ କରାଯାଇଛି, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ଦୋକାନ, ବଜାର ବନ୍ଦ ରହିଛି ଫଳରେ ଜଳେଶ୍ଵର ବଜାରରେ ବୁଲୁଥିବା ନିରିହ ପଶୁ ବୁଲା ଷଣ୍ଢ, ଗୋରୁଗାଈ ଇତ୍ୟାଦି ପଶୁ ଖାଇବା ପାଇଁ ପାଉ ନ ଥିବା ଦେଖି ଜଳେଶ୍ଵରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ହେଲ୍ପ ଫର ୟୁ ଫାଉଣ୍ଡେସନ”ର ସଭାପତି ମାନସ ରଞ୍ଜନ ଧଳ ଓ ସମସ୍ତ ମେମ୍ବର ମାନଙ୍କର ନିଷ୍ପତ୍ତି କ୍ରମେ ଆଜି ସେମାନଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି । ସଙ୍ଗଠନର କର୍ମକର୍ତ୍ତା ତରୁଣ କୁମାର ନାଥ, ଦେବୀ ଦାସ ପଣ୍ଡା, ଅମିତ ପ୍ରଧାନ, ତପନ ଦେ ପ୍ରମୁଖ ଏହି ମହାନ କାର୍ଯ୍ୟ କ୍ରମରେ ଯୋଗଦାନ କରି ପଶୁ ମାନଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ପଶୁ ଟିଏ କଥା ନ କହି ପାରିଲେ ବି ଏ ସମାଜରେ ତାର ବି ବଞ୍ଚିବାର ଅଧିକାର ଅଛି । ପଶୁ, ପକ୍ଷୀ ପ୍ରତି ଦୟା ଭାବ ସୃଷ୍ଟି କରାଇବା ହିଁ ଫାଉଣ୍ଡେସନ ଏକ ମାତ୍ର ଲକ୍ଷ, ପଶୁ ପକ୍ଷୀ ବଞ୍ଚିଲେ, ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ମଣିଷ ସମାଜ ବଞ୍ଚିବ । ଏହି ମହାନ କାର୍ଯ୍ୟକୁ ବୁଦ୍ଧିଜିବୀ ମହଲରେ ବେଶ୍ ପ୍ରଶଂସା କରା ଯାଇଛି l