ଜଳେଶ୍ୱରରେ ଇଦୁଲଜୁହା ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ପବିତ୍ର ଉଦ୍-ଉଲ-ଆଦ୍ହା ପର୍ବ ପରିପେକ୍ଷୀରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ଜଳେଶ୍ୱର ଅଂଚଳରେ ବିପୁଳ ଉଲ୍ଲା ଓ ଉର୍ଦ୍ଦିପନାରେ ଶେଷ ହୋଇଛି । ଭୋର ୪ଟାରୁ ଜଳେଶ୍ୱରରେ ଥିବା ସମସ୍ତ ଇଦ୍ଗା ଓ ମସ୍ଜିଦ୍ରେ ନମାଜପାଠ ଆରମ୍ଭ ହୋଇଥିଲା । ବିଶେଷ କରି ଶାସନବାର୍ଡର ମାଦ୍ରସା, ଶାସନବାର୍ଡର ଇଦ୍ଗା, ପଥରପୁରା ତଇତୁଲ ମସ୍ଜିଦ୍, ଝାଡେଶ୍ୱରପୁରର ନୁରି ମସ୍ଜିଦ୍ ଧ ରାଜପୁରର ବଡ ମସ୍ଜିଦ୍ରେ ଦିନ ୮ ରେ ସମ୍ମିଳିତ ନମାଜପାଠ ଆରମ୍ଭ ହୋଇଥିଲା । ପରେ କୁରବାନି କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଭିନ୍ନ ସ୍ଥାନରେ ମଦ୍ଜିଦ୍ରେ ଭୋଗ କାର୍ଯ୍ୟକ୍ରମ ପରେ ପରସ୍ପରକୁ ଆଲିଙ୍ଗନ ଓ ଶୁଭେଚ୍ଛା ଜଣାଇଥିଲେ । ବନ୍ଧୁତା ସୂତ୍ରରେ ଆବଦ୍ଧ ହେବା ଓ ମନମାଳିନ୍ୟ ଦୂର କରି ଆଲ୍ଲାଙ୍କ କାର୍ଯ୍ୟରେ ମସ୍ଗୁଲ ହେବା ଏହି ଦିନର ଶ୍ରେଷ୍ଟ କାର୍ଯ୍ୟବୋଲି ମିର୍ ଆବାସ୍ ଅଲ୍ଲି, ହାସିରୁଦ୍ଦିନ ବକ୍ସ, ସେକ୍ ଅବଦୁଲ ରହିମ୍, ରିଆଜ୍ ଖାଁ, ସେକ୍ ଫରିଦ୍ ଅହମ୍ମଦ, ଜୈନୁଲ ଆବେଦି ପ୍ରମୁଖ ପ୍ରକାଶ କରିଥିଲେ । ଅନୁରୂପ ଭାବେ ପଶ୍ଚିମବାର୍ଡ, ନାମ୍ପୋ, ଓଲମରାରେ ମଧ୍ୟ ଏହି ପର୍ବ ପାଳିତ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା