ଜଳେଶ୍ୱରରେ ଏଲ.ସି.ଡି ମାଧ୍ୟମରେ ହକି ବିଶ୍ୱକପ୍ ଉତ୍ସବ ଉପଭୋଗ କଲେ ଦର୍ଶକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଜୁ ଯୁବ ବାହିନୀ ତରଫରୁ ଗତକାଲି ଜଳେଶ୍ୱର ମ୍ୟୁନିସିପାଲିଟୀର ବିଭିନ୍ନ ଜାଗାରେ ଏଲ.ସି.ଡି ଲଗାଇ ୧୪ ତମ ପୁରୁଷ ହକି ବିଶ୍ୱକପ୍-୨୦୧୮ ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଲୋକଙ୍କୁ ଦେଖାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏହି କାର୍ଯ୍ୟକ୍ରମ କଳିଙ୍ଗ ଷ୍ଟାଡିୟମରୁ ସିଧା ପ୍ରସାରଣ ହୋଇଥିଲା । ଜଳେଶ୍ୱର ମ୍ୟୁନିସିପାଲିଟୀର ୧, ୨, ୩ ନଂ ୱାର୍ଡ ପାଇଁ ଜଳେଶ୍ୱର ଷ୍ଟେସନ ବଜାର ଛକଠାରେ, ୪, ୫, ୬ନଂ ୱାର୍ଡ ପାଇଁ ବଡବଜାର ଛକଠାରେ, ୭, ୮, ୯ ନଂ ୱାର୍ଡ ପାଇଁ ଜଳେଶ୍ୱର ପୁରୁଣିଆ ବଜାର ବାସନ୍ତି ପଡିଆ ଏବଂ ଅନ୍ୟ ୱାର୍ଡର ଲୋକଙ୍କ ପାଇଁ ନିଜ ନିଜ ସ୍ଥାନୀୟ କ୍ଲବ ଓ ଛକ ଜାଗାମାନଙ୍କରେ ଏଲ.ସି.ଡି ଲଗାଯାଇ ପ୍ରଦର୍ଶନର ବ୍ୟବସ୍ଥାକ ରାଯାଇଥିଲା । ଜଳେଶ୍ୱର ବିଜୁ ଯୁବ ବାହିନୀ ତରଫରୁ ଏହି ସମସ୍ତ ବ୍ୟବସ୍ଥା କରାଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା