ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାରେ କାର୍ଯ୍ୟରତ କୋଭିଡ଼-୧୯ର ଯୋଦ୍ଧାମାନଙ୍କୁ ପ୍ରୋତ୍ସାହିତ କରିବା ଲାଗି ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ଜଳେଶ୍ୱରର ବିଭିନ୍ନ ସ୍ଥାନରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଛି । କୋର୍ଟ ବଜାରଠାରେ ଓକିଲ ସଂଘ ଓ ଆର୍ଟ ଅଫ ଗିଭିଙ୍ଗର ମିଳିତ ଆନୁକୂଲ୍ୟରେ ବନ୍ଦେ ଉତ୍କଳ ଜନନୀ ଗାନ ସହିତ ସମସ୍ତେ ମଧୁସୂଦନ ଦାସଙ୍କ ପ୍ରତୀମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ । ଏଥିରେ ଆର୍ଟ ଅଫ ଗିଭିଙ୍ଗର ଅନୀଲ କୁମାର ପରିଡା, ଶିଦ୍ଧାର୍ଥ ପାଳ, ବାର୍ ସଭାପତି କୁଂଜ ବିହାରୀ ଦାସ, ଦେବକାନ୍ତ କାସ୍ତ, ଚିନ୍ମୟ କୁମାର ଦାସ, ନିତ୍ୟଗୋପାଳ ଦାସ, ଫରିଦ ଅହମ୍ମଦ, ପତିତ ପାବନ ପ୍ରଧାନ, ପୂର୍ଣ୍ଣେନ୍ଦୁ ଆଚାର୍ଯ୍ୟ, ଲକ୍ଷ୍ମିକାନ୍ତ ଦାସ ପ୍ରମୁଖ ଯୋଗ ଦେିଥିଲେ । ବଡବଜାର ଠାରେ ସତ୍ୟସୁନ୍ଦର ଦାସ, ପ୍ରବୀର କୁମାର ପ୍ରଧାନ, ସମୀର ପାତ୍ର, ଗୋବିନ୍ଦ ସାହୁ, ମଧୁସୂଦନ ଦତ୍ତ. ସୁବ୍ରତ ରଣା, ରାମଚନ୍ଦ୍ର ସାହୁ, ସୁଶାନ୍ତ ଦାସ, ନବେନ୍ଦୁ ପ୍ରଧାନ, ସବ୍ୟସାଚୀ ଦାସ, ମୁକ୍ତିପଦ ନନ୍ଦୀ ପ୍ରମୁଖ ଶତାଧିକ ବ୍ୟକ୍ତି ଯୋଗ ଦେଇଥିଲେ । ଥାନା ବଜାରଠାରେ ସମାଜସେବୀ ବିଷ୍ଣୁପଦ ମହାନ୍ତି, ବିଜୟ କାମିଳା, ମୀର ଲାଲ ଚାନ୍ଦ, ଆଦିକନ୍ଦ ହୁଇ, ଜଜେ୍ଞଶ୍ୱର ପାତ୍ର, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ସେହିପରି ନୂଆବଜାର ଛକରେ ପ୍ରତୀପ କୁମାର ପ୍ରଧାନ, ଲକ୍ଷ୍ମୀନାରାୟଣ ଜେନା, ଜୟନ୍ତ ଦେ, ବଂଶୀଧର କର, ତପନ ମହାନ୍ତି ପ୍ରମୁଖ ଉତ୍କଳ ସଂଗୀତ ଗାନ କରିଥିଲେ । ଷ୍ଟେସନ ବଜାରରେ ବଣିକ ସଂଘ ସଭାପତି ସୁଧିର କୁମାର ମହାନ୍ତି, ଗୁରୁପ୍ରସାଦ ଚୌରାସୀଆ, ଆଇନ୍ଜିବୀ ରାମଚନ୍ଦ୍ର ଜେନା, ରିଆଜ ଖାଁ, ଅନିରୁଦ୍ଧ ମଣ୍ଡଳ, ପ୍ରଭାସ ଗିରି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅନୁରୂପଭାବେ ଜଳେଶ୍ୱର ବ୍ଲକ ଠାରେ ବିଡିଓ ଦିପ୍ତିରଂଜନ ସେଠୀ, ତହସିଲରେ ତହସିଲଦାର କ୍ଷୀରୋଦ କୁମାର ପଣ୍ଡା, ଥାନାରେ ଧନେଶ୍ୱର ସାହୁ, ମ୍ୟୁନିସିପାଲଟିରେ ଅଜୟ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଉତ୍କଳ ସଂଗୀତ ଗାନ କରାଯାଇଥିବା ବେଳେ ଦିଗମ୍ବରୀଦେବୀ ଗ୍ରୁପ୍ ଅଫ ଇନିଷ୍ଟିଚ୍ୟୁସନ, ସମସ୍ତ ପଂଚାୟତ ଓ ସରକାରୀ କାର୍ଯ୍ୟାଳୟରେ ସଂଧ୍ୟା ୫.୩୦ମିରେ ଗାନ କରାଯାଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା