ଜଳେଶ୍ୱର (ସମୃଦ୍ଧ ଓଡିଶା) ଲକ୍ଡାଉନ୍ ଓ ସଟ୍ଡାଉନ୍ ପରେ ବିଦ୍ୟାଳୟକ ଗୁଡିକ ସରକାର ବନ୍ଦ ରଖିଥିବା ବେଳେ ଚଳିତବର୍ଷ ବିଭିନ୍ନ ପରୀକ୍ଷାରୁ ଛାତ୍ରୀଛାତ୍ର ମାନେ ବଂଚିତ ହୋଇଛନ୍ତି । ଆଜି ବୁଧବାର ଜଳେଶ୍ୱର ବ୍ଲକର ୫ମ ଶ୍ରେଣୀ ବୃତ୍ତିି ପରୀକ୍ଷା ହୋଇଥିବାରୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସରକାରୀଙ୍କ କୋଭିଦ୍ ଆଇନ୍ ଅନୁଯାୟୀ ପରୀକ୍ଷା ପରିଚାଳନା କରାଯାଇଥିଲା । ମୋଟ ୮ଟି ପରୀକ୍ଷା କେନ୍ଦ୍ରରେ ୩୫୬ଜଣଙ୍କ ମଧ୍ୟରୁ ୩୨୨ଜଣ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୩୪ଜଣ ଅନୁପସ୍ଥିତ ରହିଥିବା ଜଳେଶ୍ୱର ବିଇଓ ବୀରଞ୍ଜନ ଦାସମହାପାତ୍ର ପ୍ରକାଶ କରିଛନ୍ତି । ଏହି ପରୀକ୍ଷାକୁ ଏବିଇଓ ସୁଶାନ୍ତ କୁୂମାର ଜେନା ପରିଚାଳନା କରିଥିବା ବେଳେ ନାରାୟଣ ବିଶ୍ୱାଳ, ଅସୀତ୍ କୁମାର ଦାସ, ଧିରେନ୍ଦ୍ର ନାରାୟଣ ପଣ୍ଡା, ଅଜୟ କୁମାର ଜେନା, ଅରବିନ୍ଦ ପାତ୍ର, ରଶ୍ମିରେଖା ଜେନା, ଲଲାଟେନ୍ଦୁ କେଶରୀ ଜେନା, ସଂଜୟ କୁମାର ବେହେରା ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରିଥିଲେ ।