ଜଳେଶ୍ୱରରେ ପିଲାଚୋର ଧରାପଡି ଛେଂଚା ଖାଇବା ପରେ ପୋଲିସ ହାତରେ ଦେଇଥିଲେ ଲୋକେ…

ଜଳେଶ୍ୱର(ସମୃଦ୍ଧ ଓଡିଶା) ଜଳେଶ୍ୱରରେ ପିଲାଚୋର ଧରାପଡି ଛେଂଚା ଖାଇବା ପରେ ପୋଲିସ ହାତରେ ପଡିଲା । ଜଳେଶ୍ୱର ବ୍ଲକ ବଳରାମପୁର ଗ୍ରାମର କରୁଣା କର ସେଠୀଙ୍କ ଘରେ ପରିବାର ଲୋକେ ୨ଘଟିକା ସମୟରେ ମଧ୍ୟାହ୍ନ ଭୋଜନ କରୁଥରବା ବେଳେ ଘର ଭିତରେ ଶୁଇଥିବା ୧୦ମାସର ପିଲାକୁ ନେଇ ଜଣେ ଦୃବୁତ ନେଇ ପଳାଇ ଯାଇଥିଲା । ପିଲାର କାନ୍ଦଣା ଶୁଣି ପରିବାର ଲୋକମାନେ ଗୋଡାଇ ଗୁଡାଇ ଦୃର୍ବୁତକୁ ଧରିଥିଲେ ଓ ପିଲାକୁ ଆଣିଥିଲେ । ଗ୍ରାମବାସୀ ମାନେ ତାକୁ ଧରି ପିଟାପିଟି କରିବା ସହ ଜଳେଶ୍ୱର ପୋଲିସ ହାତରେ ଦେଇଥିଲେ । ଉକ୍ତ ଦୃର୍ବୁତ ଯୁବକ ପୂର୍ବରୁ ମଧ୍ୟ ଏକ ଦୋକାନରୁ ମୋବାଇଲ ଚୋରୀ କରି ଧରା ପଡିଥିବାର ଜଣାଯାଇଛି । ପୋଲିସ ଉକ୍ତ ଯୁବକକୁ ଅଟକ ରଖିଛି ।