ପଶ୍ଚିମବାର୍ଡ (ସମୃଦ୍ଧ ଓଡିଶା) ଦୀର୍ଘ ଦିନର ପ୍ରତୀକ୍ଷା ପରେ ଜଳେଶ୍ୱର ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତାଦଳ ପକ୍ଷରୁ ବିଧାୟକ ଅଶ୍ୱିନୀକୁମାର ପାତ୍ରଙ୍କ ନାମ ଘୋଷଣା ପରେ କର୍ମୀ ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ଥରେ ନୁହେଁ ଦୁଇ ଦୁଇ ଥର ଜଳେଶ୍ୱର ବିଧାୟକ ବିରୁଦ୍ଧରେ ଅସନ୍ତୁଷ୍ଟ ଗୋଷ୍ଠୀ ନବୀନ ନିବାସ ଯାଇ ଶେଷରେ ବିଫଳ ହୋଇଛନ୍ତି । ସ୍ଥାନୀୟ ମୂରଲୀ କଲ୍ୟାଣ ମଣ୍ଡପରେ ବିଜ ଜନତାଦଳ ପକ୍ଷରୁ ଏକ ବିଶାଳ କର୍ମୀ ସମାବେଶ ବସ୍ତା ବିଜେଡି ସଭାପତି ତ୍ରିଲୋଚନ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ବିଧାୟକ ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ଅତୀତର ସବୁ ରାଗ ଅଭିମାନ ଓ ମତପାର୍ଥକ୍ୟକୁ ଭୁଲିଯାଇ କର୍ମୀମାନେ ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡି ସାଂସଦ ପ୍ରାର୍ଥୀ ଇଂ ରବିନ୍ଦ୍ର କୁମାର ଜେନାଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ସଂଗେ ସଂଗେ ବିଧାୟକ ପ୍ରାର୍ଥୀ ରୂପେ ଜଳେଶ୍ୱର ବିକାଶକୁ ଆଗେଇନେବାପାଇଁ ସେ ପ୍ରତିଦ୍ୱିନ୍ଦିତା କରୁଥିବାରୁ ତାଙ୍କୁ ସମର୍ଥନ ଦେବାପାଇଁ ସେ କର୍ମୀମାନଙ୍କୁ ନିବେଦନ କରିଥିଲେ । ଉକ୍ତ ସମାବେଶରେ ବିଜେଡି ନଗର ସଭାପତି ପ୍ରବୀର କୁମାର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସବିତାରାଣି ଦଳେଇ, ବିଜେଡି ମହିଳା ଶାଖା ସଭାପତି ବିନ୍ଦୁବାଳା ନନ୍ଦି, ବସ୍ତା ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀଧର ଦାସ, ପୂର୍ବତନ ନଗର ସଭାପତି ନିତ୍ୟଗୋପାଳ ଦାସ, ଯୁବନେତା ପ୍ରତୀପ କୁମାର ପ୍ରଧାନ, ଅନାଦି ଦାସ, ମଧୁସୁଦନ ସେନାପତି, ଅଜୟ ମହାନ୍ତି, ସେକ୍ଅବଦୁଲ ରହିମ, ଜୟନୁଲ ଆବେଦିନ, ମୀର ଆବାସ ଅଲ୍ଲି ପ୍ରମୁଖ ଯୋଗ ଦେଇ ବିଜେଡି ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଶେଷରେ ନଗର ସାଧାରଣ ସଂପାଦକ ବିଜୟ କୁମାର କାମିଳା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା