
ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଉପାନ୍ତ ଜଳେଶ୍ୱର ଅଞ୍ଚଳରେ ଅଘୋସିତ ବିଦ୍ୟୁତ୍ କାଟ, ବିଦ୍ୟୁତ୍ ବିଲ ଅସମାନତା ଓ ନିର୍ଦ୍ଦିଷ୍ଟ ସମୟରେ ବିଦ୍ୟୁତ୍ ବିଲ ଯୋଗାଣ ଦାବିରେ ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ପକ୍ଷରୁ ନେସ୍କୋ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇଛି । ନିର୍ବାହୀ ଯନ୍ତ୍ରୀ ସମ୍ୟରଂଜନ ନାୟକଙ୍କ ସହିତ ଉପଭୋକ୍ତା ମଂଚର ସଭାପତି ଶଶାଙ୍କ ମହାନ୍ତି, ସଂପାଦକ ଭାସ୍କାର ଚନ୍ଦ୍ର ମିଶ୍ର, ଅରୁଣ ବେଜ, କମଳ ଚକ୍ରବର୍ତ୍ତୀ, ସିତାଂଶୁ ସେଖର ସେନାପତି, ଦିଲ୍ଲିପ ଗିରି, ରବିନ୍ଦ୍ର ବାରିକ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଉପରୋକ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ସହିତ ଟାଟା ପାୱାର ଅଧିକ ମାନବ ସମ୍ବଳ ଯୋଗାଇବା ସହ ପଢିଆରିପୁର-୨ ଜଳସେଚନ ପଏଣ୍ଟକୁ କାର୍ଯ୍ୟକ୍ଷମ କରାଯିବା ସଂପର୍କରେ ଶ୍ରୀ ନାୟକ ପ୍ରତିଶୃତି ଦେଇଥିଲେ ।
ରିପୋର୍ଟ : ଭୂପତି ପରିଡା