ଜଳେଶ୍ୱରରେ ବ୍ରାଉନ୍ ସୁଗର କାରବାରରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମରଣାନ୍ତକ ଆକ୍ରମଣ : ୧ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ଲକ୍ ଡାଉନ୍‌ ଯୋଗୁଁ ସମଗ୍ର ଦେଶ ତଥା ରାଜ୍ୟ ବିଭିନ୍ନ ବ୍ୟବସାୟଠୁ ଆରମ୍ଭ କରି ଯାନବାହନ ବନ୍ଦ ହୋଇଥିବା ବେଳେ ଜଳେଶ୍ୱର ଥାନା ଅଂଚଳରେ ବେଆଇନ୍‌ ଭାବେ ବ୍ରାଉନ୍‌ସୁଗର କାରବାର ଚାଲିଛି ବୋଲି ଅଭିଯୋଗ ହୋଇଛି । ଲକ୍‌ଡାଉନ୍‌ଯୋଗୁଁ ପୋଲିସ୍ ପ୍ରଶାସନ ଶାନ୍ତି ଶୃଙ୍ଖଳା ଠାରୁ ଆରମ୍ଭ କରି ସୀମା ସିଲ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ଥିବାରୁ ବ୍ରାଉନ୍ ସୁଗର କାରବାର କରୁଥିବା ସଗ୍ଧିଦ୍ଧ ମାନେ ଏହି ସମୟର ସଦ୍‌ଉପଯୋଗ କରିବାପାଇଁ ଅଣ୍ଟ ଭିଡିଛନ୍ତି । ଜଳେଶ୍ୱର ଥାନା ଅନ୍ତର୍ଗତ ଶାସନବାର୍ଡ ସ୍ଥିତ ସିଦ୍ଧେଶ୍ୱର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଆଜି ଶନିବାର ଦିବା ୧୦ଟା ସମୟରେ ପୂର୍ବରୁ ବ୍ରାଉନସୁଗର ଦେଣନେଣ ନେଇ ଅର୍ଥ ଆଦାୟକୁ କେନ୍ଦ୍ର କରି ଶାସନବାର୍ଡ ଗ୍ରାମର ସେକ୍‌ବେସାରୁଦ୍ଦିନ ଓରଫ ବଣ୍ଡଲଙ୍କ ପୁତ୍ର ସେକ୍ ଅସିରୁଦ୍ଦିନ ଓରଫ ପୁସୁ ପଥରପୁରା ଗ୍ରାମର ସେକ୍ ଜଲାରୁଦ୍ଦିନଙ୍କ ପୁତ୍ର ସେକ୍ ସୁବନୁଦ୍ଦିନଙ୍କୁ ଏକ ଲୁହା ଛଡରେ ମରଣାନ୍ତକ ଆକ୍ରମଣ କରିଥିଲା । ଏହି ଆକମ୍ରଣ ଫଳରେ ସଂପୃକ୍ତ ଯୁବକର ମୁଣ୍ଡ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହେବା ସଂଗେ ସଂଗେ ଗୋଡରେ ପ୍ରବଳ ଆଘାତ ହୋଇଥିଲା । ଖବରପାଇ ଜଳେଶ୍ୱର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକକୁ ଚିକିତ୍ସା ପାଇଁ ସ୍ଥାନୀୟ ଜିକେଭଟ୍ଟର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଏହି ଘଟଣାରେ ଅଭିଯୁକ୍ତ ପୁସୁଙ୍କ ସହିତ ତାର ମା ଜୁମ୍‌ନି ବିବି ଓ ଭଉଣୀ କୁଟୁରୁ ବିବି ସଂପୃକ୍ତ ଥିବାରୁ ଅନ୍ୟ ୨ଜଣ ଜଣଙ୍କ ସମେତ ୫ଜଣଙ୍କ ବିରୁଦ୍ଧରେ ଥାନାରେ ଏକ ମାମଲା ୧୩୨/୨୦ମୂଳେ ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ରିପୋର୍ଟ : ଭୂପତି କୁମାର ପରିଡା