ଜଳେଶ୍ୱର (ସମୃଦ୍ଧ ଓଡିଶା) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଭାଇ ମୋଦିଙ୍କର ୬୯ ବର୍ଷ ଜନ୍ମ ଜୟନ୍ତୀ ଅବସରରେ ଜଳେଶ୍ୱର ବିଜେପି ପକ୍ଷରୁ ପାଳିତ ହୋଇଛି । ଆର୍ନ୍ତଜାତୀୟ ସ୍ତରରେ ଶ୍ରୀ ମୋଦିଙ୍କର ଖ୍ୟାତି ଓ ଲୋକପ୍ରିୟତା ଦିନକୁଦିନ ବୃଦ୍ଧି ପାଉଛି । ସେ ସଂପର୍କରେ ଦଳୀୟ ନେତୃବୃନ୍ଦ ଜନସାଧାରଣଙ୍କୁ ଅବଗତ କରିବାପାଇଁ ଏହି ଜନ୍ମଦିନ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କର ଦୀର୍ଘ ଜୀବନ କାମନାକରି ଆଜି ସକାଳେ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ଓ ପ୍ରଦୀପ ପ୍ରଜ୍ଜୋଳନ ଅନୁଷ୍ଠିତ ହୋଇ ଯାଇଛି । ବିଜେପିର ଆଦିତ୍ୟ ନାରାୟଣ ପାତ୍ର, ସୁବ୍ରତ ଘୋଷ, ମାନସ ପାଠୀ, ଅନନ୍ଦ ଦାସ, କୁଞ୍ଜ ବିହାରୀ ଦେ, ହେମନ୍ତ ଦାସ, ମଳୟ ଦାସ, ପିନାକ୍ଷୀ ଚାଟାର୍ଜ୍ଜୀ, ରବିନ୍ଦ୍ର ପାତ୍ର, ହରିଶଂକର ଗିରି, ଶିବ ଶଂକର ସାହୁ ପ୍ରମୁଖ ସ୍ଥାନୀୟ ଜିକେଭଟ୍ଟ ହସ୍ପିଟାଲକୁ ଯାଇ ରୋଗୀମାନଙ୍କୁ ଫଳ ଓ ବିସ୍କୁଲ ବଣ୍ଟନ କରିଥିଲେ । ସଂଧ୍ୟାରେ ଜଳେଶ୍ୱର ରେଳ ଷ୍ଟେସନ, ବସଷ୍ଟାଣ୍ଡ ଓ କାଳୀମନ୍ଦିର ପରିସରରେ ଥିବା ଦୁସ୍ଥ ଗରିବ ଲୋକଙ୍କୁ ମିଷ୍ଟାନ୍ନ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା । ଅନୁରୂପଭାବେ ଷ୍ଟେସନବଜାର ଲକ୍ଷ୍ମୀପୂଜା କମିଟି ପକ୍ଷରୁ ମୋଦିଙ୍କର ୬୯ତମ ଜନ୍ମ ଦିବସ ପାଳନ ଅବସରରେ କାଳୀମନ୍ଦିର ସମ୍ମୁଖରେ ଜନ୍ମ ଦିବସ କେକ୍ କଟାଯିବା ସହିତ କାଳୀମନ୍ଦିରରେ ଦୀର୍ଘଜୀବନ କାମନା କରି ପୂଜାର୍ଚ୍ଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପରିମଳ ସିଂ, ପବିତ୍ର ଦେବନାଥ, ବିଶ୍ୱଜିତ୍ ଶର୍ମା, ସନାତନ ବେହେରା, କାଳୀଚରଣ ଭୂୟାଁ, ବିଶ୍ୱନାଥ ସାହୁ, ସନ୍ଦିପ ବିଶ୍ୱାଳ, କିଶୋର ଦେବନାଥ, ଶଂକର ବାରିକ, ଶୋଭନ ମହାନ୍ତି , ସୌମ୍ୟପ୍ରକାଶ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା