ଜଳେଶ୍ୱରରେ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କାଶ୍ମୀରର ଫୁଲୱାମାଠାରେ ଘଟିଥିବା ଆତଙ୍କବାଦୀ ହମ୍ଲାରେ ୪୪ଜଣ ସିଆର୍ପିଏଫଙ୍କ ସହିଦ ଘଟଣାରେ ସମଗ୍ର ଦେଶରେ ଆତଙ୍କବାଦିଙ୍କ ବିରୋଦ୍ଧରେ ସ୍ୱର ଉତ୍ତଳନ ହୋଇ ଆସୁଛି । ବିଜୁ ଯୁବବାହିନୀ ପକ୍ଷରୁ ସହିଦଙ୍କ ପରିବାର ଉପଲକ୍ଷେ ପାଣ୍ଠି ସଂଗ୍ରହ କରାଯିବା ସହ ଏକ ବିରାଟ ଶୋଭାଯାତ୍ରା ପଟୁଆର ବଡବଜାର ଛକଠାରୁ ଷ୍ଟେସନ ବଜାର ଯାଏ ଯାଇଥିଲା । ବ୍ଲକ ଉପାଧ୍ୟକ୍ଷ ବ୍ରଜୋମହନ ପ୍ରଧାନ, ବିଡିଓ ନିତ୍ୟାନନ୍ଦ ସାହୁ, ଆଇଆଇସି ପ୍ରଦୀପ କୁମାର ମାଝୀ, ଯୁବବାହିନୀର ସଂଯୋଜକ କାଳିଚରଣ ଦାସ, ଜଗନ୍ନାଥ ଗୋଚ୍ଛାୟତଙ୍କ ନେତୃତ୍ୱରେ ଏପରି ଏକ କାର୍ଯ୍ୟକ୍ରମକୁ ଜଳେଶ୍ୱର ବାସୀ ସମର୍ଥନ ଜଣାଇଥିଲେ । ସେହିପରି ଜଳେଶ୍ୱରର ଲାୟନ୍ସ କ୍ଲବ, ଲିଓ କ୍ଲବ, ରୋଟାରୀ କ୍ଲବ, ରୋଟ୍ରାକ୍ଟ କ୍ଲବ, ଇନରହୁଇଲ୍ କ୍ଲବ, ବଣିକ ସଂଘ, ସ୍ପୋର୍ଟ ଏଣ୍ଡ କଲଚୁରାଲ ଏସୋସିଏସନ, ବାର୍ ଏସୋସିଏସନ, ଜଳେଶ୍ୱର ଯୁବମଂଚ, ଜ୍ଞାନବିକାଶ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ଓ ଦିଗମ୍ବରୀଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ବିଭିନ୍ନ ଶ୍ଲୋଗାନ ଦେଇ ଶନିମନ୍ଦିର ଠାରୁ କାଳୀମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ଏଥିରେ କପିଳେଶ୍ୱର ମହାନ୍ତି, ବିଷ୍ଣୁପଦ ମହାନ୍ତି, ଆଲୋକ ଦାସ, ପ୍ରଭାସ ଚନ୍ଦ୍ର ଗିରି, ରାଜେଶ ଠକ୍କର, ନନ୍ଦନ କୁମାର ଦତ୍ତ, ପ୍ରଦୀପ କୁମାର ବେହେରା, ଜିତାରାମ ଦେ, ପ୍ରବୀର ପ୍ରଧରନ, ସଂଚିତାରାଣୀ ଦତ୍ତ, ଚିନ୍ମୟ ଦାସ, କମଳ ଚକ୍ରବର୍ତ୍ତୀ, ସରୋଜ ପାଣିଗ୍ରାହୀ, ତାରାପଦ କର, ଅଜିତ୍ ମହାନ୍ତି, ଲେଲିନ୍ ପ୍ରଧାନ, ବିଜୟ କାମିଳା, ଶିରିଶ ଚୌହାନ, ଅରୁଣ ରାଠି, ମୁଲଚାନ୍ଦ ଲାଢା, ପ୍ରଶାନ୍ତ କୁମାର ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା