ଜଳେଶ୍ୱରରେ ଶ୍ରୀରାମନବମୀ ପାଳିତ : ବଜରଙ୍ଗ ଦଳ ପକ୍ଷରୁ ବିଶାଳ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳନ ଅବସରରେ ଜଳେଶ୍ୱରରେ ବଜରଙ୍ଗ ଦଳ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଓ ବିଶାଳ ହିନ୍ଦୁ ସମ୍ମିଳନୀ ଶ୍ରୀ ସତ୍ୟସାଇ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ସହରର ଝାଡେଶ୍ୱରପୁର ଠାରୁ ନୃତ୍ୟ ସଂଗୀତର ତାଳେ ତାଳେ ଏହି ଶୋଭାଯାତ୍ରା ବାହାରି ଷ୍ଟେସନ ଛକ, ବଡବଜାରଇ, କୋର୍ଟ ବଜାର ହୋଇ ସଭା ସ୍ଥଳକୁ ଆସିଥିଲା । ଅଖଣ୍ଡ ଭାରତ ପ୍ରତିଷ୍ଠା, ହିନ୍ଦୁମାନଙ୍କୁ ଉଜ୍ଜିବୀତ କରାବା, ଭାରତବାସୀର ଏକତାକୁ ଶତ୍ରୁ ରାଷ୍ଟ୍ରକୁ ସୂଚେଇ ଦେବା ଓ ଆଗାମୀ ଦିନରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ସଂକଳ୍ପ ନେବା ଏହି ଶୋଭାଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟବୋଲି ଆଯୋଜକମାନେ ପ୍ରକାଶ କରିଛନ୍ତି । ବଜରଙ୍ଗ ଦଳର ଓଡିଶା ପ୍ରଦେଶ ପ୍ରାନ୍ତ ପ୍ରଚାରକ ଆନନ୍ଦଜୀ ପାଣ୍ଡେ, ବିଶ୍ୱହିନ୍ଦୁ ପରିଷଦ ବାଲେଶ୍ୱର ଜିଲ୍ଲା ସଭାପତି ଅରବିନ୍ଦ ବାରିକ, ରାମନବମୀ କମିଟି କାର୍ଯ୍ୟକାରୀ ସଭାପତି ସିର୍ଦ୍ଧାର୍ଥ ଶଂକର ପାଳ, ବଜରଂଗ ଦଳ ଜଳେଶ୍ୱର ଶାଖା ସଭାପତି ପବନ କୁମାର ସାହୁ, ସାଧାରଣ ସଂପାଦକ ସତ୍ୟରଂଜନ ପରିଡା, ସୁମିତ୍ ରାଠୀ, ଅଂଜନ ଦାସ, ରାଜେଶ୍ ବିଦ୍, ଅଜୟ ବେହେରା, ମାନସ ପାଠୀ, ଫାଲ୍ଗୁନୀ ପାଣିଗ୍ରାହୀ, ଅକ୍ଷୟ ଜେନା ପ୍ରମୁଖ ଏହି ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ଏହି ଶୋଭାଯାତ୍ରାରେ ଏକ ସୁଜଜ୍ଜିତ ଖୋଲା ଗାଡିରେ ରାମ, ଲକ୍ଷଣ, ସୀତା, ହନୁମାନ ବେଶରେ ଛୋଟ ଛୋଟ ପିଲାମାନେ ସହର ପରିକ୍ରମା କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜଳେଶ୍ୱର ଆଇଆଇସି ପ୍ରଦୀପ କୁମାର ମାଝୀ, ଏଏସ୍ଆଇ ସତ୍ୟନାରାୟଣ ବଳ ପ୍ରମୁଖ ପୁଲିସ୍ କର୍ମଚାରୀମାନେ ଶୋଭାଯାତ୍ରାରେ ସାମିଲ ଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା