ଜଳେଶ୍ୱରରେ ୭ ଡେଙ୍ଗୁ ଚିହ୍ନଟ : ସମଗ୍ର ଅଂଚଳରେ ଆତଙ୍କ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଂଚଳରେ ୭ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହୋଇଥିବା ଜଣାଯାଇଛି । ଏହା ଜଣା ଯିବାପରେ ଚାରିଆଡେ ଆତଙ୍କ ଖେଳି ଯାଇଛି ଓ ଡେଙ୍ଗୁର ନିରକାରଣ ଲାଗି ବ୍ୟାପକ ସଚେତନତା ସୃଷ୍ଟି ଲାଗି ଦାବି ହୋଇଛି । ଅନ୍ୟପକ୍ଷରେ ମହମ୍ମଦନଗରପାଟଣାରେ ଦୀର୍ଘ ୪ଦିନ ଧରି ଡେଙ୍ଗୁ ଚିହ୍ନଟ ହୋଇଥିଲେ ମଧ୍ୟ ପ୍ରତିଘରେ ଘରେ ସଚେତନତା ସୃଷ୍ଟି କରାଯାଇନଥିବାରୁ ଉକ୍ତ ଗାଁର ରାଧାଶ୍ୟାମ ସାହୁ, ଉତ୍ତମ ଦାସ, ଗୌରୀ ନାୟକ, ଅନନ୍ତ ପଲାଇ, ଶ୍ରୀଧର ବେହେରା, ଦେବୁ ଶଂକର ସାହୁ ପ୍ରମୁଖ ତାଙ୍କ ଗାଁକୁ ଡେଙ୍ଗୁ କବଳରୁ ମୁକ୍ତ ରଖିବାକୁ ନିବେଦନ କରିଛନ୍ତି । ଜଳେଶ୍ୱରର ମହମ୍ମଦନଗରପାଟଣା ଗାଁର ନୂଆସାହିରେ ଅଜୁ ବେହେରାଙ୍କ ସ୍ତ୍ରୀ ସସ୍ମିତା ବେହେରା(୨୬) ଗତ ୧୬ ତାରିଖରୁ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ଜଣାଯିବାପରେ ୪ଦିନ ଧରି ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସତ ହେଉଥିବା ଜଣଯାଇଛି । ମହିଳା ଜଣକ ଗାଁରେ ରହୁଥିବା ବେଳେ ଏହି ରୋଗ ର ବାହକ ମଶା ଏ ଅଂଚଳକୁ କିପରି ପ୍ରଭାବିତ କଲା ସେ ସଂପର୍କୀତ ତଦନ୍ତ ହେବା ସହିତ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ଦାବୀ ହୋଇଛି ।ର ଆଶ୍ଚର୍ଯ୍ୟର ବିଷୟ ସେ ଚିକିତ୍ସତ ହେଉଥିବା ବେଳେ ତାଙ୍କୁ ବେଡ ଦିଆନଯିବା ଓ ଅଭିଯୋଗ ପରେ ଆଜି ବେଡ୍ ଦିଆଯିବା ସଂପର୍କରେ ସମାଜସେବୀ ରାଧାଶ୍ୟାମ ସାହୁ କ୍ଷୋଭ ପ୍ରକାଶ କରିଛନ୍ତି । ରାଇବଣିଆ ଅଂଚଳର ଓଲମରା ପଂଚାୟତର ରାଜନଗର ଗାଁର ହରିଶ ବେହେରା(୪୦) ଡେଙ୍ଗୁରେ ଆକ୍ରାନ୍ତ ହୋଇ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପିଏଚ୍ଓ ଫକୀର ଚରଣ ପ୍ରଧାନ ସୂଚନା ଦେଇଛନ୍ତି । ବାଣିଦା ଗାଁର ଜନୈକ ବ୍ୟକ୍ତିଙ୍କର ରକ୍ତ ପରୀକ୍ଷାରେ ଡେଙ୍ଗୁ ଭୁତାଣୁ ଥିବା ଜଣାପଡିବାପରେ ବାଲେଶ୍ୱର ଓ ପରେ କଟକ ସ୍ଥାନାନ୍ତର ହୋଇଥିବା ଜଣାଯାଇଛି । ଏହି ୩ଟି ଘଟଣା ପୂର୍ବରୁ ଶିଖରପୁର, ଗୋପ, ବିରେଶପୁର ଓ ଗୋବରଘଟା ଗାଁର ଜଣେ ଲେଖାଏଁ ବ୍ୟକ୍ତି ଦୂର ହାଇଦ୍ରାବାଦ ଓ ଚେନାଇରେ କାମ କରୁଥିବା ବେଳେ ସେଠାରେ ଜ୍ୱର ଭୋଗିଥିବାରୁ ସେମାନେ ଏବେ କଟକରେ ପରୀକ୍ଷା କରି ଡେଙ୍ଗୁ ଥିବା ଜଣାପଡିବା ପରେ ଚିକିତ୍ସତ ହେଉଥିବା ଜଣାଯାଇଛି । ଏ ସଂପର୍କରେ ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ପ୍ରଭାସ ଚନ୍ଦ୍ର ନାୟକଙ୍କୁ ପଚାରିବାରୁ ସେ କହିଲେ ବିଭିନ୍ନ ଅଂଚଳର ଲୋକେ ବାହାରେ ରହୁଥିବାରୁ ସେଠାରୁ ରୋଗରେ ପୀଡିତ ଥାଇ ଆସୁଥିବାରୁ ସେମାନେ କଟକରେ ଚିକିତ୍ସିତ ହେଉଛନ୍ତି । କିନ୍ତୁ ରାଜନଗର ଓ ମହମ୍ମଦନଗରପାଟଣାରେ ଡେଙ୍ଗୁ ରୋଗ ବାହକ ମଶା ସଂପର୍କରେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି । ସଚେତନତା କାର୍ଯ୍ୟକ୍ରମ ସେଠାରେ ଚାଲୁଥିଲେ ମଧ୍ୟ ଆସନ୍ତା ଶୁକ୍ରବାର ୨ଟି ଡାକ୍ତରି ଟିମ୍ ଘଟଣାସ୍ଥଳକୁ ଯାଇ ପରୀକ୍ଷାନିରୀକ୍ଷା ସହିତ ସଚେତନା ସୃଷ୍ଟି କରିବେ ବୋଲି କହିଛନ୍ତି । ସ୍ୱଚ୍ଛଭାରତ ଯୋଜନାରେ ଯୋଗାଇ ଦିଆଯାଇଥିବା ପାଇଖାନା ପାଣିଟପ୍ ଗୁଡିକରେ ଢାଙ୍କୁଣି ନ ଥିବାରୁ ସେଥିରେ ସେଥିରେ ବର୍ଷାପାଣି ଜମି ମଶା ସୃଷ୍ଟି ହେଉଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡ଼ା