ଜଳେଶ୍ୱରର ଟାଣୁଆ ନେତା ସ୍ୱର୍ଗତ ଗୌର ଗୋପାଳ ଦାସଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ …

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ରା:ରା:ପୁର ଗ୍ରାମ ପଞ୍ଚାୟତ କୁଞ୍ଜ ହାଟ ପଡିଆଠାରେ ଗତ ଶନିବାର ସନ୍ଧ୍ୟାରେ ରା:ରା:ପୁର ସରପଞ୍ଚଙ୍କ ପ୍ରତିନିଧି ତଥା ସମାଜସେବୀ ପ୍ରବୀର କୁମାର ଦାସଙ୍କ ଅବାହକତାରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଟାଣୁଆ ନେତା ଭାବେ ପରିଚିତ ସ୍ୱର୍ଗତ ଗୋରା ଗୋପାଳ ଦାସ (ଝାଡିବାବୁ)ଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ ୨୫ ତାରିଖ ଉପଲକ୍ଷେ ତାଙ୍କର ପ୍ରତିମୂର୍ତ୍ତୀ ଉନ୍ମୋଚନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଜଳେଶ୍ୱର ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ଯୁବ ନେତା ଓ ସମାଜସେବୀ ମଧୁସୂଦନ ସେନାପତି ଉପସ୍ଥିତ ହୋଇ ଥିବା ବେଳେ ଏହି ପ୍ରସ୍ତୁତି ବାଇକରେ ଏକ ୧୫ ଜଣିଆ କମିଟି ଗଠନ କରାଯାଇଥିଲା । କମିଟିରେ ସର୍ବଶ୍ରୀ ପ୍ରବୀର କୁମାର ଦାସ, ବିଶ୍ୱନାଥ ଦାସ ମହାପାତ୍ର, ବ୍ଲକ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ, ସମାଜସେବୀ ମଧୁସୂଦନ ସେନାପତି, ସମାଜସେବୀ ଓ କୋଟସାହି ଗ୍ରାମ ପଞ୍ଚାୟତର ସଦସ୍ୟାଙ୍କ ପ୍ରତିନିଧି ରାଧାଶ୍ୟାମ ନାଥ, ସମାଜସେବୀ କାହ୍ନୁ ଦାସ ମହାପାତ୍ର, ହାଇକୋର୍ଟର ଆଇନଜୀବୀ ରାମଚନ୍ଦ୍ର ଜେନା, ସାମ୍ବାଦିକ ଭୂପତି କୁମାର ପରିଡା, ବରିଷ୍ଠ ନେତା ସୁରେନ୍ଦ୍ର ନାଥ ପାଳ, ସରୋଜ କୁମାର ରାଉଳ, ଦେବବ୍ରତ ନନ୍ଦ, ଗିରିଜା ଶଙ୍କର ପ୍ରଧାନ, ଶାନ୍ତନୁ କୁମାର ଦାସ, ରବୀନ୍ଦ୍ର ନନ୍ଦୀ, ବସନ୍ତ କୁମାର ବାରିକ ପ୍ରମୁଖ ଅଛନ୍ତି । କୋଷାଧ୍ୟକ୍ଷ ଭାବେ ସର୍ବ ସମ୍ମତ କ୍ରମେ ଆଇନଜୀବୀ ବିନୋଦ କୁମାର ଗିରିଙ୍କୁ କମିଟିରେ ନିଆଯାଇଅଛି । ପ୍ରତିମୂର୍ତ୍ତୀ ଉନ୍ମୋଚନ ଉତ୍ସବକୁ ଓଡ଼ିଶାର ବିଭିନ୍ନ ମନ୍ତ୍ରୀ, ବାଲେଶ୍ୱର ନିର୍ବାଚନ ମଣ୍ଡଳୀର ଲୋକସଭା ସାଂସଦ, ସମସ୍ତ ବିଧାୟକ ଜିଲ୍ଲା ପ୍ରସାଶନ ସହିତ ନିର୍ବାଚନ ମଣ୍ଡଳୀର ସମସ୍ତ ନେତୃସ୍ଥାନୀୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯିବା ସହିତ ଚାରି ହଜାର ଲୋକଙ୍କୁ ଖାଦ୍ୟ ପେୟର ବ୍ୟବସ୍ଥା କରାଯିବାର ସିଦ୍ଧାନ୍ତ କରାଯାଇଥିଲା । ସର୍ବ ଶେଷରେ ସପନ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ଭୂପତି ପରିଡା ।

ରିପୋର୍ଟ : ଭୂପତି କୁମାର ପରିଡା