ଜଳେଶ୍ୱରର ପୁଅ ଆନ୍ତର୍ଜାତୀୟ କୋଣାର୍କ ଉତ୍ସବରେ ସମ୍ବର୍ଦ୍ଧିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋଣାର୍କଠାରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ଉତ୍ସବରେ ଜଣେ ଶ୍ରେଷ୍ଠ ବାଲୁକା ଶିଳ୍ପୀ ଭାବେ ଜଳେଶ୍ୱର ମାଟିର କୃତି ସନ୍ତାନ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହା ଜଣାଯିବା ପରେ ସମଗ୍ର ଅଂଚଳରେ ଆଲୋଡନ ସୃଷ୍ଟି ହୋଇଛି । ରାଇବଣିଆ ଥାନା ଅନ୍ତର୍ଗତ ବେହେରାସାହି ଗାଁର ଶ୍ରୀମନ୍ତ ଘୋଷଙ୍କ ପୁଅ ଅଜୟ କୁମାର ଘୋଷ ପିଲାଦିନରୁ ସୁବର୍ଣ୍ଣରେଖା ନଦୀତନ ବାଲିରେ ଖେଳି ଆସୁଥିଲା । ପ୍ରତିଦିନ ନଦୀକୁ ଗାଧୋଇବାକୁ ଯାଇ ବାଲିରେ ପ୍ରତିମୂର୍ତ୍ତୀ ଏବଂ ଗ୍ରାମର ପ୍ରାକୃତିକ ଦୃଶ୍ୟ ନିର୍ମାଣ କରିବା ତାର ସଉକ ଥିଲା । ପଦ୍ମରୁ ପଙ୍କ ଫୁଟିବା ପରି ଏବେ ସେ ଏକ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ବଣର ମଲ୍ଲି ବଣରେ ମଉଳି ନ ଯିବା ପାଇଁ ଗାଁରେ ଥିବା କେତେକ ଚିତ୍ରକର ତାଙ୍କୁ ସହାୟତା ଯୋଗାଇବାରୁ ସେ ବିଭିନ୍ନ ବାଲିରେ ଚିତ୍ର ଆଙ୍କି ପିଲାଦିନେ ଚର୍ଚ୍ଚିତ ହୋଇଥିଲେ । ଆଶାଥିଲା ତାଙ୍କର ଜଣେ ଶ୍ରେଷ୍ଠ ବାଲୁକାଶିଳ୍ପୀ ଭାବେ ଏ ଅଂଚଳରକୁ ଗୌରବାନ୍ନତି କରିବା ପାଇଁ । ପରେ ଉପାନ୍ତ ପଶ୍ଚିମବଂଗ ଓ ଓଡିଶାର ବିଭିନ୍ନ ସ୍ଥାନରେ ତାଙ୍କର ପାରଦର୍ଶୀତା ପ୍ରତିପାଦନ କରି ଏବେ ସେ ଚର୍ଚ୍ଚିତ ହୋଇପାରିଛନ୍ତି । ଏଥିପାଇଁ ବାପା ଶ୍ରୀମନ୍ତ ଓ ମା ପଙ୍କଜିନୀ ତାଙ୍କୁ ପ୍ରତ୍ସୋହନ ଓ ସହାୟାତ ଯୋଗାଇ ଆସିଛନ୍ତି । ଅଦ୍ୟାବଧି ସେ ୧୨୦ଟି ବାଲୁ କଳା ସ୍ଥାପନ କରିପାରିଥିବା ବେଳେ ଗତ ଡିସେମ୍ବର ୧ ତାରିଖଷର ଆରମ୍ଭ କରାଯାଇଥିବା କୋଣାର୍କସ୍ଥିତ ଆନ୍ତର୍ଜାତୀୟ ଉତ୍ସବରେ ଜଣେ ବାଲୁକାଶିଳ୍ପୀ ଭାବେ ନିଜର କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ୨୦୧୮ ମସିହାରେ ସେ ବିଶିଷ୍ଠ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଆର୍ଶିବାଦରେ ଚଳିତବର୍ଷ ଏପରି ଏକ ଉତ୍ସବରେ ଯୋଗଦେବାର ଅବକାଶ ପାଇପାରିଥିଲେ ବୋଲି ସେ କହିଛନ୍ତି । ମହିଳା ସଶକ୍ତିକରଣ ଉପରେ ତାଙ୍କର ଅଙ୍କିତ ବାଲୁକଶିଳ୍ପ କୋଣାର୍କରେ ଚର୍ଚ୍ଚାର ବିଷୟ ହୋଇଥିବାରୁ ଗତ ୫ ତାରିଖରେ ସେହି ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଛି । ଆଗାମୀ ଦିନରେ ସେ ଅଧିକ ନିଖୁଣ ବାଲୁକା କଳା ପ୍ରଦର୍ଶନ କରାଇପାରିବେ ବୋଲି ସେ ଆଶାବାଦି ଥିବା ପ୍ରକାଶ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା