ଜଳେଶ୍ୱରର ବିଭିନ୍ନ ସ୍ଥାନରେ ଇଦ୍-ଉଲ୍-ଫିତର ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀର୍ଘ ୩୦ ଦିନର ବ୍ରତ ପାଳନ ପରେ ଆଜି ଇଦ୍-ଉଲ୍-ଫିତର ଜଳେଶ୍ୱରର ବିଭିନ୍ନ ସ୍ଥାନରେ ପାଳିତ ହୋଇଛି । ଜଳେଶ୍ୱରର ରାଜପୁରର ୧ଟି, ଝଡେଶ୍ୱରପୁରର ୨ଟି, ଶାସନବାର୍ଡର ୩ଟି, ନାମ୍ପୋର ୧ଟି, ପଶ୍ଚିମବାର୍ଡର ୨ଟି ଓ ଓଲମରାର ୧ଟି ସ୍ଥାନରେ ଥିବା ମସଜିଦ ଗୁଡିକରେ ନମାଜପାଠ ଓ ସମୁହ ପ୍ରାର୍ଥାନ ହୋଇ ଯାଇଛି । ଦିନ ୮.୩୦ମି. ସମୟରେ ଏପରି କାର୍ଯ୍ୟକ୍ରମ ହେବାବେଳେ ଏହା ଭାଇଚାରାର ପର୍ବ । ତେଣୁ ପ୍ରତ୍ୟେକେ ପରସ୍ପରକୁ କାନ୍ଧକୁ କାନ୍ଧ ମିଳାଇ ଆଲିଙ୍ଗନ କରିବା ସହିତ ଇଦ୍ ମୋବାରକ ପାଳନ କରିଥିଲେ । ପ୍ରାର୍ଥନା ସଭାପରେ ପଂଚୁଘଣ୍ଟାର ହଜରତ୍ କରାମତି ଅଲ୍ଲି ଶାହା ପିର ବାବା, ସେଖବାର୍ଡର ବାବା ହାଗୁନ ସାହା ପିର ବାବା ଓ ମିଲିଟାରୀ ବଜାରର କୁତୁବ ସାହା ପିର ବାବାଙ୍କ ଠାରେ ପ୍ରାର୍ଥନା କରିଥିଲେ । ବିଜୁ ଜନତା ଦଳର ସଂଖ୍ୟାଲଘୁ ସେଲର ସଭାପତି ସେକ୍ ଅବଦୁଲ ରହିମ୍ ଇଦ୍ ଅବସରରେ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ଜଳେଶ୍ୱରର ସବୁ ସ୍ଥାନରେ ଶାନ୍ତି ଶୃଙ୍ଖଳା ସହ ଇଦ୍ ପାଳନ ହୋଇଥିବା ଜଳେଶ୍ୱର ଆଇ ଆଇ ସି ପ୍ରଦୀପ ମାଝୀ କହିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡ଼ା