ଜଳେଶ୍ୱରର ବିଭିନ୍ନ ସ୍ଥାନରେ ୭୩ତମ ସ୍ୱାଧୀନତା ଦିବସ ପାଳିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୭୨ ବର୍ଷ ଧରି ଦେଶରେ ସ୍ୱାଧୀନତା ଦିବସ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ଜାମ୍ମୁକାଶ୍ମୀମରରୁ ୩୭୦ଧାରା ଉଚ୍ଛେଦ ପରେ ଆଜିର ସ୍ୱାଧୀତନା ଦିବସ ପାଳନରେ ଅଧିକ ଆନନ୍ଦ ଉଲ୍ଲାସ ଅନୁଭୂତ ହୋଇଛି । ଜଳେଶ୍ୱରର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳନ ମଧ୍ୟ ଏକ ନିଆରା ପରମ୍ପରା ସୃଷ୍ଟି କରିଛି । ଜଳେଶ୍ୱରର ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ପଥରପୁରା ଠାରେ କାର୍ଯ୍ୟକାରୀ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ଜଳେଶ୍ୱର ବଣିକ ସଂଘ ପକ୍ଷରୁ ବଡବଜାରସ୍ଥିତ ନୂତନ ଗୃହରେ ପୂର୍ବତନ ସଭାପତି ବିଷ୍ଣୁପଦ ମହାନ୍ତି, ଥାନା ବଜାର ବ୍ୟବସାୟୀ ସଂଘ ପକ୍ଷରୁ ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ଜଳେଶ୍ୱର ମୋହତ୍ସବ କମିଟି ପକ୍ଷରୁ ସଭାପତି ଇଂ ରାମଚନ୍ଦ୍ର ସାହୁ, ଜଳେଶ୍ୱର ଯୁବମଂଚ ପକ୍ଷରୁ ସଭାପତି ସେକ୍ ସୈଫୁଦ୍ଦିନ, ବଜବଜାର ଟେମ୍ପୋ ଷ୍ଟାଣ୍ଡ ପକ୍ଷରୁ ସଭାପତି କମଳ ଚକ୍ରବର୍ତ୍ତୀ, ଷ୍ଟେସନବଜାର ବଜାର କମିଟି ପକ୍ଷରୁ ବଣିକ ସଂଘ ସଭାପତି ସୁଧିର କୁମାର ମହାନ୍ତି, ଦୀନକୃଷ୍ଣ ଭିନ୍ନକ୍ଷମ ବିଦ୍ୟାଳୟରେ ଡ. ଈଶ୍ୱର ଚନ୍ଦ୍ର ଜେନା, ସ୍ପୋର୍ଟସ୍ ଏଣ୍ଡ କଲ୍ଚୁରାଲ ଏସୋସିଏସନ ପକ୍ଷରୁ ସଭାପତି ଚିନ୍ମୟ କୁମାର ଦାସ, ଗାନ୍ଧି ସେବାଶ୍ରମ ପରିସରରେ ସଭାପତି ଶିତାଂଶୁ ସେନାପତି, ରୋଟାରୀ କ୍ଲବ ସୁବଣ୍ଣରେଖା, ରାଇବଣିଆ ପକ୍ଷରୁ ସଭାପତି ଡ. ଲଳିତ ରଂଜନ ସେନାପତି, ଟୋଲ ପ୍ଲାଜା ୟୁନିୟନ ପକ୍ଷରୁ କମଳ ଚକ୍ରବର୍ତ୍ତୀ, ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନ, ଲକ୍ଷ୍ମଣନାଥ ହାଇସ୍କୁଲର ପ୍ରଧାନ ଶିକ୍ଷକ ସୁବ୍ରତ କୁମାର ଘୋଷାଲ, ଟାଉନ୍ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଂକର ପାଳ, ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟରର ପ୍ରଧାନ ଶିକ୍ଷୟତ୍ରୀ ସୁବିତ୍ରା ଦତ୍ତ, ଦିଗମ୍ବରୀଦେବୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ପକ୍ଷରୁ ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତି, ଜ୍ଞାନ ବିକାଶ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ ପକ୍ଷରୁ ଅଧ୍ୟକ୍ଷ ଲେଲିନ୍ କୁମାର ପ୍ରଧାନ, ଆମ୍ବଳିଅଠା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅବସରପ୍ରାପ୍ତ ସୈନିକ ରାମନାରାୟଣ ଦାସ, ମାଧବଚନ୍ଦ୍ର ହାଇସ୍କୁଲର ମନୋରଂଜନ ଦାସ, ସୀମାନ୍ତ ହାଇସ୍କୁଲର ସରପଂଚ ଦିଲ୍ଲିପ ସାମଲ, ଆନନ୍ଦମୟୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଆରତୀ ମହାନ୍ତି, ପଶ୍ଚିମବାର୍ଡରାମକୃଷ୍ଣ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚନ୍ଦ୍ରକାନ୍ତ ଅଣ୍ଡିଆ, ହନୁମାନ ମନ୍ଦିର ସୁଦର୍ଶନ ଦାସ, ଜଳେଶ୍ୱର ରେଳ ଷ୍ଟେସନ ଖଗେନ୍ଦ୍ର ମଣ୍ଡଳ, ଦୀନକୃଷ୍ଣ କଲେଜରେ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ, ଜଳେଶ୍ୱର ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରଫୁଲ୍ଲ କୁମାର ଦେ, ଶ୍ରୀଜଗନ୍ନାଥ ମହିଳା ମହାବିଦ୍ୟାଳର ଅଧ୍ୟାକ୍ଷା ରାଜେଶ୍ୱରୀ ପାଣିଗ୍ରାହୀ, ଜଗନ୍ନାଥ ଡିଗ୍ରୀ କଲେଜର ଜ୍ୟେତ୍ସା ଘୋଷ, ଜଳେଶ୍ୱର ବ୍ଲକ ପରିସରରେ ବିଡିଓ ନିତ୍ୟାନନ୍ଦ ସାହୁ, ତହସିଲ କାର୍ଯ୍ୟାଳୟରେ ତହସିଲଦାର ଅଭିମନ୍ୟୁ ପଣ୍ଡା, ପୌରପରିଷଦ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀ ହୃଷିକେଶ ପାଣି, କୋର୍ଟ ପରିସରରେ ସବ୍ଜଜ୍ ଇନ୍ଦିରା ପ୍ରିୟଦର୍ଶନୀ, ଜଳେଶ୍ୱର ବିଇଓ କାର୍ଯ୍ୟାଳୟରେ ବିଜୟ କୁମାର ନାଥ, ଏସ୍ଡିପିଓ କାର୍ଯ୍ୟାଳୟରେ ସୁଦର୍ଶନ ଦାଶ, ଜଳେଶ୍ୱର କୃଷିଜିଲା କାର୍ଯ୍ୟାଳୟରେ ସୁରେନ୍ଦ୍ର କୁମାର ମହାପାତ୍ର, ଆତ୍ମା କାର୍ଯ୍ୟାଳୟରେ ବିନ୍ଦାବାଳା ନନ୍ଦି, ଜିକେ ଭଟ୍ଟର ହସ୍ପିଟାଲରେ ଡା. ଗଣେଶ ଚନ୍ଦ୍ର ପାଳ, ରାଜପୁର ପଂଚାୟତ କାର୍ଯ୍ୟାଳୟରେ ଦିଲ୍ଲି ପରିଡା, ମହମ୍ମଦନଗର ପାଟଣାରେ ଗ୍ରା.ପ. କାର୍ଯ୍ୟାଳୟରେ ଦମୟନ୍ତି ମହାନ୍ତି, ନେତୁଆ ପଂଚାୟତ କାର୍ଯ୍ୟାଳୟରେ ସରପଂଚ ମମତା ହୁଇ, ଲକ୍ଷ୍ମଣନାଥ ପଂଚାୟର ସରପଂଚ ବବିତା ଦାସ, ଜଳେଶ୍ୱର ସରସ୍ୱତୀ ବିଦ୍ୟାମନ୍ଦିରରେ ପ୍ରଧାର ଆଚାର୍ଯ୍ୟ ବିମ୍ବାଧର ମହାନ୍ତି ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରି ଉପସ୍ଥିତ ଜନତା, କର୍ମଚାରୀ ଓ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା