ଜଳେଶ୍ୱରର ସାମଗ୍ରୀକ ବିକାଶ ଲାଗି ବୁଦ୍ଧିଜିବୀ ମହଲରେ ଆଲୋଡନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସ୍ୱାଧୀନତାର ୭୨ବର୍ଷ ପରେ ତଥା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୮୦ ବର୍ଷ ପରେ ମଧ୍ୟ ଗେଟ୍ୱେ ଅଫ ଓଡିଶା କୁହାଯାଉଥିବା ଜଳେଶ୍ୱରର ସାମଗ୍ରୀକ ବିକାଶ ଘଟିପାରିନାହିଁ । ତେଣୁ ଜଳେଶ୍ୱର ବୁଦ୍ଧିଜିବୀ ମହଲରେ ଆଲୋଡନ ସୃଷ୍ଟି ହୋଇ ଆସୁଛି । ଜଳେଶ୍ୱରର ବହୁ ବୁଦ୍ଧିଜିବୀ ଏ ସଂପର୍କରେ ଚିନ୍ତା କରି ରାଜନୈତିକ ଓ ପ୍ରଶାସନିକ ଇଚ୍ଛାସହିତ ଜଳେଶ୍ୱରର ବିକାଶ କରାଇବାକୁ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । ଜଳେଶ୍ୱରକୁ ସବ୍ଡିଭିଜନ ଘୋଷଣା ହୋଇନଥିବାରୁ ଉତ୍କଟ ସୀମା ସମସ୍ୟା, ଦୈବିଦୁର୍ବିପାକ ବେଳେ ପ୍ରଶାସନୀକ ସହାୟତା, ସୁବର୍ଣ୍ଣରେଖା ନଦୀବାଲିର ସୁରକ୍ଷା, ସମଗ୍ର ଉତ୍ତର ବାଲେଶ୍ୱରର ବିକାଶ ଲାଗି ଶିଳ୍ପାୟନର ବିକାଶ ଘଟିନଥିବା ସହିତ ସବ୍ଡିଭିଜନାଲ ହାସ୍ପିଟାଲ, ସବ୍ଡିଭିଜନାଲ କୋର୍ଟ ପ୍ରତିଷ୍ଠା ହୋଇପାରିନାହିଁ । କେବଳ ଏତିକି ନୁହେଁ, ବ୍ୟାପକ କଂଚାମାଲ ଥିବା ସତ୍ୱେ ଶିଳ୍ପ ପ୍ରତିଷ୍ଠା, ପର୍ଯ୍ୟଟନ ଓ ଆଇନ୍ ଶୃଙ୍ଖଳା ଇତ୍ୟାଦିର ବିଶେଶ ଅଗ୍ରଗତି ଘଟିପାରିନାହିଁ । ତେଣୁ ଏ ସବୁକୁ ଆଖି ଆଗରେ ରଖି ଜଳେଶ୍ୱରରେ ଥିବା ବୁଦ୍ଧିଜିବୀ, ବିଭିନ୍ନ ସଂଗଠନ, ଗଣମାଧ୍ୟମ ଓ ଜନସାଧାରଣଙ୍କୁ ନେଇ ଏକ ବୈଠକର ଅହ୍ୱାନ ଦିଆଯାଇଛି । ହାଇକୋର୍ଟର ବରିଷ୍ଠ ଆଇନଜୀବୀ ରାମଚନ୍ଦ୍ର ଜେନାଙ୍କ ଆବାହକତ୍ୱରେ ଆସନ୍ତା ୨୨ତାରିଖ ବୁଧବାର ଅପରାହ୍ନ ୫ ଘଟିକା ସମୟରେ ଜଳେଶ୍ୱର ଷ୍ଟେସନ ସମ୍ମୁଖରେ ଏକ ଆଲୋଚନା ହେବାଲାଗି ବୈଠକ ଆହୁତ ହେବ ବୋଲି ଜଣାଯାଇଛି । ଏହି ବୈଠକରେ ଜଳେଶ୍ୱରର ସବୁବର୍ଗର ଜନସାଧାରଣ ଯୋଗ ଦେବାକୁ ନିବେଦନ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା