
ଜଳେଶ୍ୱର (ସମୃଦ୍ଧ ଓଡିଶା) ଦିନକୁ ଦିନ କୋଭିଦ୍-୧୯ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସେମାନଙ୍କ ଚିକିତ୍ସାଲାଗି ଅଧିକ କେୟାର ସେଣ୍ଟର ଆବଶ୍ୟକତା ପଡୁଛି । ଉତ୍ତର ବାଲେଶ୍ୱରରେ ଜଳେଶ୍ୱର, ଭୋଗରାଇ ବ୍ଲକରେ ଥିବା ୮୫ଟି ପଞ୍ଚାୟତସ୍ତରୀୟ କୋଭିଦ୍ ହୋମ ସେଣ୍ଟରରେ ରହୁଥିବା ୋକାଭିଦ୍ ଅରକ୍ରାନ୍ତ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଜଳେଶ୍ୱର ଦୀନକୃଷ୍ଣ କଲେଜରେ ଖୋଲାଯାଇଥିବା କୋଭିଦ୍ କେୟାର ସେଣ୍ଟରରେ ଚିକିତ୍ସା କରାଯିବାର ବ୍ୟବସ୍ଥା ହୋଇଛି । ଆଜି ଏହା ଲୋକାର୍ପିତ ହୋଇଛି । ଜଳେଶ୍ୱର ଦୀନକୃଷ୍ଣ କଲେଜ ପରିସରରେ ନବନିର୍ମିତ ହଷ୍ଟେଲକୁ ଜିଲାପାଳଙ୍କ ନିର୍ଦ୍ଦେଶରେ କୋଭିଦ୍ କେୟାର ସେଣ୍ଟର ଘୋଷଣା କରାଯାଇଛି । ଜଳେଶ୍ୱର ଓ ଭୋଗରାଇ ଅଞ୍ଚଳର କୋଭିଦ୍ହୋମ ସେଣ୍ଟର ଗୁଡିକରେ ରହୁଥିବା ଲୋକଙ୍କ ମଧ୍ୟରେ ଲକ୍ଷଣ ପ୍ରକାଶ ପାଇଲେ ସେମାନଙ୍କୁ ଏହି କୋଭିଦ୍ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯିବ । ଏଥିଲାଗି ଏହି ଗୃହର ଗ୍ରାଉଣ୍ଡ ଫ୍ଲୋରରେ ୨୪, ଫାଷ୍ଟ ଫ୍ଲୋରରେ ୨୭ ଓ ସେକେଣ୍ଡେ ଫ୍ଲୋରରେ ୨୭ଜଣଙ୍କ ରହିବା ସହିତ ଖାଇବା ପାଇବାର ବ୍ୟବସ୍ଥା କରାଯାଇଛି । ଆଜି ଘଟଣାସ୍ଥଳରେ ବାଲେଶ୍ୱରର ଡିଷ୍ଟ୍ରିକ୍ଟର ପବ୍ଲିକ ହେଲ୍ଥ ଅଫିସର ଡ.ଅନ୍ତର୍ଯ୍ୟାମୀ ମିଶ୍ର, ବିଡିଓ ଦିପ୍ତିରଂଜନ ସେଠୀ, ଜଳେଶ୍ୱର ସ୍ୱାସ୍ଥ୍ୟସେବା ମୁଖ୍ୟ ଡ.ପ୍ରଭାସ ଚନ୍ଦ୍ର ନାୟକ, ସରପଂଚ ଦିନେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ହୋଇ ୭୮ଜଣ ରୋଗୀଙ୍କ ରହିବାର ସଂପର୍କରେ ସମୀକ୍ଷା କରିଛନ୍ତି । ଅନ୍ୟପକ୍ଷରେ ୩୨ଜଣ ଡାକ୍ତର, ୩ଜଣ ଫାମାଶିଷ୍ଟ, ୩ ଏଟେଣ୍ଡେଣ୍ଟ ଓ ୩ ସିକ୍ୟୁରିଟି ରହିବାଲାଗି କଲେଜ ପରିସରରେ ଥିବା ଅନ୍ୟଏକ କୋଠାର ବ୍ୟବସ୍ଥା କରାଯାଇଛି । କୋଭିଦ୍-୧୯ର ପ୍ରାରମ୍ଭିକ ଚିକିତ୍ସା ଏଠାରେ ହୋଇ ପାରିବ ବୋଲି ଡାକ୍ତର ଶ୍ରୀ ନାୟକ ସାମ୍ବାଦିକ ମାନଙ୍କ ପ୍ରଶ୍ନଉତ୍ତରରେ କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା