ଜଳେଶ୍ୱର ଅଂଚଳର ଯୁବକର ଚେନ୍ନାଇରେ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପରିବାର ପ୍ରତିପୋଷଣ ଲାଗି ଜଳେଶ୍ୱର ଅଂଚଳର ବହୁ ଯୁବକ ଦୂରରାଜ୍ୟ ଚେନାଇ, ହାଇଦ୍ରାବାଦ, ଦୀଲ୍ଲୀ, କୋଲକତା ଓ ସୂରତ ଅଂଚଳରେ କାର୍ଯ୍ୟକରି ଆସୁଛନ୍ତି । କିନ୍ତୁ ଜଳେଶ୍ୱର ବ୍ଲକ ଅଂଚଳରୁ କେତେ ବ୍ୟକ୍ତି କେଉଁ ରାଜ୍ୟରେ କର୍ମନିୟୋଜନରେ ସଂଶ୍ଳିଷ୍ଟ ଅଛନ୍ତି ତାହାର ହିସାବ ସରକାରଙ୍କ ପାଖରେ ନାହିଁ । ଫଳରେ ମୃତାହତ ହେଉଥିବା ଲୋକଙ୍କ ସଂଖ୍ୟା ସଂପର୍କରେ ସ୍ପଷ୍ଟ ଭାବେ ଜଣାପଡୁନାହିଁ । ଏ ସବୁର ହିସାବ ଜିଲା ପ୍ରସାଶନ ନିକଟରେ ରଖାଯିବାକୁ ଦାବି ହେଉଛି । ଗତ ୫ବର୍ଷ ଧରି ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖୁଲୁଡା ଗାଁର ରଘୁନାଥ ଜେନାଙ୍କ ପୁଅ ଲମ୍ବୋଦର ଜେନା ଚେନାଇରେ ଏଲ୍ ଏଣ୍ଡ ଟି କମ୍ପାନୀରେ ଠିକାଦାର ଭାବେ କାର୍ଯ୍ୟ କରିଆସୁଥିଲେ । ହଠାତ୍ ୩୦ତାରିଖ ସଂଖ୍ୟାରେ ତାଙ୍କର ଦୂର୍ଘଟଣା ଜନିତ ମୃତ୍ୟୁ ହୋଇଥିବାର ଖବର ଗାଁରେ ପହଞ୍ଚିଥିଲା । ଫଳରେ ଖୁଲୁଡା ଅଂଚଳରେ ଶୋକର ଛାୟା ଖେଳିଯିବା ସହିତ ଲମ୍ବୋଦରଙ୍କ ପରିବାର ଲୋକେ ଚେନ୍ନାଇ ଯାଇଛନ୍ତି । ଦୁଃଖର ବିଷୟ ଆସନ୍ତା ଜୁନ ୩ ତାରିଖରେ ନିଜ ଗ୍ରାମରେ ନୂତନଭାବେ ତିଆରି ଘରର ପ୍ରବେଶ ଉତ୍ସବ ଅନୁଷ୍ଠିତ ହେବାର ଥିଲା । ତାଙ୍କ ସ୍ତ୍ରୀ ୭ ମାସର ଗର୍ଭବତୀ ଥିବାରୁ ସେଦିନ ତାଙ୍କ ଘରେ ସ୍ୱାଦଭକ୍ଷଣ ହୋଇଥାନ୍ତା ।

ରିପୋର୍ଟ : ଭୂପତି କୁମାର ପରିଡା