ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ତରଫରୁ ବିଶ୍ୱର ଦୀର୍ଘତମ ଚିତ୍ର ପ୍ରସ୍ତୁତ କରିବା ପାଇଁ ଶିବିର ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ତରଫରୁ ବିଶ୍ୱର ଦୀର୍ଘତମ ଚିତ୍ର ପ୍ରସ୍ତୁତ କରିବା ପାଇଁ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଶିବିର ଗତକାଲି ଆରମ୍ଭ କରାଯାଇଛି । ଏହି ଶିବିରରେ ଶିଶୁ ଶ୍ରେଣୀ ଠାରୁ+୨ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଏହି ଶିବିରରେ ବିଶ୍ୱ ତାପାୟନ ଉପରେ ଆଧାରିତ ଜଳଚର ପ୍ରାଣୀ ଓ ବୃକ୍ଷରୋପଣ ଇତ୍ୟାଦି ଚିତ୍ର ଆଙ୍କିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଏକ ୧.୫ କି.ମି ଲମ୍ବର ଏକ ଚିତ୍ର ତିଆରି କରାଯିବ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ସଂପାଦକ ମୁକ୍ତିପଦ ନନ୍ଦୀଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । 

ରିପୋର୍ଟ : ଭୂପତି କୁମାର ପରିଡା