ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୩୦ ତାରିଖ ପୂର୍ବାହ୍ନ ୮ ଘଟିକାରେ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଉକ୍ତ ନିର୍ବାଚନରେ ସଭାପତି ପଦବୀ ପାଇଁ ଜିତାଂଶୁ ଶେଖର ନନ୍ଦୀଙ୍କ ସହିତ କୁଞ୍ଜବିହାରୀ ଦାସଙ୍କ ମୁହାଁମୁହିଁ ମୁକାବିଲା ହେବ । ସେହିପରି ସଂପାଦକ ପଦବୀ ପାଇଁ ଦେବକାନ୍ତ କାସ୍ତ, ସନ୍ଦିପ କୁମାର ମହାନ୍ତି, ଶ୍ରୀକୃଷ୍ଣ ଗୁପ୍ତାଙ୍କ ମଧ୍ୟରେ ତ୍ରୀମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନ୍ଜିବୀ ଇସାକ୍ ବେଗ୍ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି । ଉପସଭାପତି ରୂପେ ମଳୟ କୁମାର ମହାନ୍ତି, ସହସଂପାଦକ ରୂପେ ସୁଶାନ୍ତ କୁମାର ଦାସ ଓ କୋଷାଧ୍ୟକ୍ଷଭାବେ ବିନୋଦ କୁମାର ଗିରି ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ସେହିପରି କାର୍ଯ୍ୟକାରୀଣୀ ସଭ୍ୟରୂପେ ୧୦ଟି ପଦବୀ ଥିବା ବେଳେ ବିଷ୍ଣଶୁପଦ ଦାସମହାପାତ୍ର, ଭବାନୀ ଶଂକର ଭଂଜ, ଦିଲ୍ଲୀପ କୁମାର ମହାନ୍ତି, ଗଣେଶ ଚନ୍ଦ୍ର ମାଇତି, ଜଗଦିଶ ଚନ୍ଦ୍ର ପାଲ, ନିଗମ କୁମାର ବ୍ରହ୍ମ, ସଂଜୀବ କୁମାର ପାତ୍ର, ସିର୍ଦ୍ଧର୍ଥ ଦାସ ଓ ତପନ କୁମାର ଦେ ପ୍ରମୁଖ ୯ଜଣ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା