ଜଳେଶ୍ୱର କୃଷକ ସଂଘ ପକ୍ଷରୁ ବୁଲବୁଲ କ୍ଷତିଗ୍ରସ୍ତକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ବୁଲବୁଲ ବାତ୍ୟାରେ ରାଜ୍ୟରେ ବହୁ ଧାନଚାଷ ଓ ପରିବା ଚାଷ କ୍ଷୟକ୍ଷତି ହୋଇଥିବା ବେଳେ ଜଳେଶ୍ୱର ବ୍ଲକରେ ପ୍ରାୟ ୮୦ଭାଗ ଧାନଚାଷ ନଷ୍ଟ ଯୋଇଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ମାତ୍ର ବ୍ଲକର କ୍ଷତି ସଂପର୍କରେ ଜିଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିବା ବେଳେ ଅଦ୍ୟାବଧି ସହରାଞ୍ଚଳର ଚାଷୀମାନଙ୍କୁ ଚିହ୍ନଟ କରାଯାଇନଥିବା କିମ୍ବା ସେମାନଙ୍କର କ୍ଷତି ସମ୍ପର୍କରେ ଆକଳନ ନ କରିବା ଦୁଃଖର ବିଷୟ ଅଟେ । ଜଳେଶ୍ୱର ପୌରପରିଷଦର ବହୁ ଲୋକ ଚାଷୀ ହୋଇଥିବାରୁ ଯଥାଶୀଘ୍ର ସେମାନଙ୍କର କ୍ଷୟକ୍ଷତି ହିସାବ କରିବା ସହିତ ସେମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ଗତକାଲି ଜଳେଶ୍ୱର କୃଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜଳେଶ୍ୱର ତହସିଲଦାର କ୍ଷିରୋଦ କୁମାର ପଣ୍ଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ସଂଘର ସମ୍ପାଦକ ସୁବ୍ରତ ବେରା, ସିଦେ୍ଧଶ୍ୱର ପଣ୍ଡା, ଅଜିତ୍ ଖାଁ, ସେଖ୍ କମିରୁଦ୍ଦିନ, ହରିଶ ପ୍ରଧାନ, ସେକ୍ ନାସିରୁଦ୍ଦିନ ମହମ୍ମଦ ପ୍ରମୁଖ ସ୍ୱାକ୍ଷର କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା