
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଓ ଭୋଗରାଇ ବ୍ଲକ ଦାୟିତ୍ୱରେ ଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଭାଗୀରଥି ଗତ ୩୧ ତାରିଖରେ ଅବସର ନେବାପରେ ଉକ୍ତ ପଦବୀ ଖାଲି ପଡିଥିଲା । ଗତ ୨୦ ତାରିଖରେ ବସ୍ତାର ବିଇଓ ଲଲାଟେନ୍ଦୁ ଜେନା ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ସୁଶାନ୍ତ କୁମାର ଜେନା, ଅଜୟ କୁମାର ଜେନା, ସୁଜିତ୍ ମଲ୍ଲିକ, ସଂଜିବ ଦାସ, ତାରାକାନ୍ତ ପରିଡା, ବିଜୟ ପ୍ରଧାନ, ସିଆର୍ସି ଖଗେନ୍ଦ୍ର ଦଳେଇ, ସରୋଜ ପ୍ରଧାନ, ସୁପ୍ରଭା ପତି, ପୁଷ୍ପିତା ଦାସ ଓ ଆଦର୍ଶ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ସୂଚନାଯୋଗ୍ୟ ଶ୍ରୀ ଜେନା ଜଳେଶ୍ୱର ବ୍ଳକରେ ଶିକ୍ଷକତା କରିବା ସହିତ ବିଆର୍ସି, ଏବିଇଓ ଭାବେ କାର୍ଯ୍ୟକରି ପାରଦର୍ଶିତା ଓ ସୁନାମ ଅର୍ଜନ କରିଥିଲେ ।
ରିପୋର୍ଟ : ଭୂପତି ପରିଡା