
ଜଳେଶ୍ୱର (ସମୃଦ୍ଧ ଓଡିଶା) ରୋଗୀଙ୍କୁ କମ୍ମୂଲ୍ୟରେ ଔଷଧ ଯୋଗାଇବା ଲାଗି (ଜେନେରିକ୍) କେନ୍ଦ୍ର ସରକାର ଜନଔଷଧି ଯୋଜନାର ପ୍ରଚଳନ କରିଛନ୍ତି । ପ୍ରତିବ୍ଲକରେ ଏପରି ଏକ ଔଷଧ ଦୋକାନ ରହିବାକୁ ବ୍ୟବସ୍ଥା ଥିବା ବେଳେ ଜଳେଶ୍ୱର ମ୍ୟୁନିସିପାଲଟିର ଡାକ୍ତରଖାନା ଠାରୁ ସ୍ୱଳ୍ପ ଦୂରରେ ହୋଟେଲ ଇନ୍ ପରିସରରେ ଖୋଲା ଯାଇଛି ଜନଔଷଧି କେନ୍ଦ୍ର । ଆଜି ବାଲେଶ୍ୱର ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସେଠାକୁ ପରିଦର୍ଶନ କରିଥିଲେ । ତାଙ୍କ ସହିତ ପୂର୍ବତନ ପୌରପାଳ ପ୍ରବୀର ପ୍ରଧାନ, ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର, ସଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଟାଉନ୍ ସଭାପତି ଫାଲଗୁନୀ ପାଣିଗ୍ରାହୀ, ସୁମିତ୍ ମହାନ୍ତି, କାର୍ତ୍ତିକ ମହାପାତ୍ର ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି ପରିଡା