ଜଳେଶ୍ୱର ତହସିଲରେ ପଟ୍ଟା ବଣ୍ଟନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଗରିବ ଭୂମୀହିନଙ୍କୁ ଜମିପଟ୍ଟା ଯୋଗାଇବା ନିମନ୍ତେ ପ୍ରୟାସ ଆରମ୍ଭ କରିଥିବା ବେଳେ ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନସ୍ଥ ବିଭିନ୍ନ ଆର୍‌ଆଇ ସର୍କଲରେ ପଟ୍ଟାବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ବିଧାୟକ ଅଶ୍ୱିନୀ ପାତ୍ର ଯୋଗ ଦେଇ ୩୮ଜଣ ଗରିବ ଭୂମୀହିନଙ୍କୁ ତହସିଲ କାର୍ଯ୍ୟାଳୟରେ ପଟା ବଣ୍ଟନ କରିଥିଲେ । ଅଦ୍ୟାବଧି ୮୧୧ଜଣଙ୍କୁ ପଟ୍ଟବଣ୍ଟନ କରାଯାଇଥିବା ବେଳେ ଆଜି ମଂଗଳବାର ସରଡିହା ଆର୍‌ଆଇ ସର୍କଲରେ ୧୦ଜଣ, ଜମାଳପୁର, ଖୁଆଡ, ନାମ୍ପୋ ଆର୍‌ଆଇ ସର୍କଲରେ ୮ ଜଣ ଲେଖାଏଁ ଏବଂ ଓଲମରା ଆର୍‌ଆଇ ସର୍କଲରେ ୪ଜଣ ଭୂମିହୀନଙ୍କୁ ପଟ୍ଟ ବଣ୍ଟନ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ତହସିଲଦାର ଶଂକର ପଟ୍ଟନାୟକ ଓ ଅତିରିକ୍ତ ତହିଲଦାର ହେମନ୍ତ କୁମାର ନାୟଙ୍କ ସହିତ ତହସିଲ କର୍ମଚାରୀ ତନୁସ୍ମିତା ମହାନ୍ତି, ଗୌରାଙ୍ଗ ଜେନା, ପ୍ରଭୁରାମ କାସ୍ତ, ଦିଲ୍ଲିପ ଚାନ୍ଦ, ନିରଞ୍ଜନ ସିଂ, ସୃଷ୍ଟିଧର ପଟ୍ଟାୟତ, ସୁବ୍ରତ ବେହେରା, ସୁଭେନ୍ଦୁ ସାହୁ, ବଂଶୀଧର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା