ଜଳେଶ୍ୱର ତାଲୁକ ଆଇନ୍ ସେବା କମିଟି ପକ୍ଷରୁ ସଚେତନତା କର୍ମଶାଳା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଗ୍ରାମାଞ୍ଚଳର ଅଧ୍ୟୟନ ରତ ଛାତ୍ରଛାତ୍ରୀମାନେ କାହାରି ପ୍ରରୋଚନାରେ ପଡି କୌଣସି ଅପରାଧ ପ୍ରବଣ କାର୍ଯ୍ୟରୁ ନିଜକୁ ଦୂରେଇ ରଖିପାରିଲେ ବାଳ ଅପରାଧି ଆଇନ୍ ୨୦୧୫ର ସଠିକ୍ କାର୍ଯ୍ୟକାରିତା ହୋଇ ପାରନ୍ତା ବୋଲି ଜଳେଶ୍ୱରର ସହକାରୀ ଦୌରାଜଜ୍ ତଥା ତାଲୁକ ଆଇନ୍ ସେବା କମିଟି ଅଧ୍ୟକ୍ଷା ଇନ୍ଦିରା ପ୍ରିୟଦର୍ଶିନୀ ମତପ୍ରକାଶ କରିଛନ୍ତି । ଆଜି ପୂର୍ବାହ୍ନରେ ଲକ୍ଷ୍ମଣନାଥ ଉଚ୍ଚ ସରକାରୀ ବିଦ୍ୟାଳୟରେ କମିଟି ପକ୍ଷରୁ ବାଳ ଅପରାଧି ଆଇନ୍ ଓ ସମସ୍ତଙ୍କୁ ଶିକ୍ଷା ଅଧିକାର ଆଇନ୍ ଶିର୍ଷକ କର୍ମଶାଳାରେ ସମ୍ମାନୀତ ଅତିଥିରୂପେ ଜଳେଶ୍ୱର ଜେଏମ୍ଏଫସି ନିତିଶା ଚଣ୍ଡକ, ଜଳେଶ୍ୱର ଓକିଲ ସଂଘର ସଭାପତି କୁଞ୍ଜବିହାରୀ ଦାସ, ସରକାରୀ ଓକିଲ ପତିତପାବନ ପ୍ରଧାନ, ବରିଷ୍ଠ ଆଇନ୍ଜିବୀ ସୁନିଲ କୁମାର ଜେନା, ରବିନ୍ଦ୍ର କୁମାର ଦଣ୍ଡପାଟ, ନୋଟାରୀ ସୁକୁମାର ରଣା, ପୂର୍ବତନ ଅଧ୍ୟକ୍ଷ ଶ୍ୟାମାଚରଣ ଦାସ ପ୍ରମୁଖ ଯୋଗ ଦେଇ ୨ଟି ଆଇନ୍ର ବିଭିନ୍ନ ଦିଗ ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଜଳେଶ୍ୱର ଓକିଲ ସଂଘର ପୂର୍ବତନ ସଂପାଦକ ମଦନ ମୋହନ ରାଉଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ବରିଷ୍ଠ ଶିକ୍ଷକ ରଂଜନ କୁମାର ମହାନ୍ତି, ଶିକ୍ଷକୟତ୍ରୀ କାଜଲି ମିଶ୍ର, ସିଆର୍ସିସି ପ୍ରଦୀପ କୁମାର ଜେନା, ପୂର୍ବତନ ସରପଂଚ କାହ୍ନୁଚରଣ ଦାସ, ବିଦ୍ୟାଳୟ ପରିଚାଳନା ସଭାପତି ଉତ୍ପଳ ମହାନ୍ତିଙ୍କ ସମେତ ଛାତୟଛାତ୍ରୀମାନେ ଯୋଗ ଦେଇଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବ୍ରତ ଘୋଷାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା