
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଧଳା ଜହାର ଅଡିଓର ଭାଇରାଲ ମାମଲାରେ ଲୋକଦେଖାଣିଆ କ୍ରାଇମ୍ବ୍ରାଞ୍ଚ କିମ୍ବା ଭିଜିଲାନ୍ସ ନୁହେଁ, ଏପରି ଏକ ସମ୍ବେଦନଶୀଳ ଘଟଣା ଆନ୍ତରାଜ୍ୟ ଓ ଆନ୍ତରାଷ୍ଟ୍ର ମାମଲା ଥିବାରୁ ସିବିଆଇ ଘଟଣାରୁ ତଦନ୍ତ କରୁବୋଲି ଆଜି ଜଳେଶ୍ୱର କୋର୍ଟର କେତେକ ବରିଷ୍ଟ ଓକିଲ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଜଳେଶ୍ୱରକୁ ପଶ୍ଚିମବଂଗର ମୁର୍ଶିଦାବାଦ, ବର୍ଦ୍ଧମାନ, କୋଲକତା, ଖଡଗପୁର ଓ ଆନ୍ତରାଷ୍ଟ୍ର ବାଂଲାଦେଶ, ମିଆମାର, ପାକିସ୍ଥାନରୁ ଧଳା ଜହର ଭଳି ମାଦକଦ୍ରବ୍ୟ ବହୁଳ ମାତ୍ରାରେ ଜଳେଶ୍ୱର ଆସି ସେଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ବେଳେ ଜଳେଶ୍ୱରର ଜଣେ ପୂର୍ବତନ ଆଇଆଇସିଙ୍କ ସହିତ ଜଣେ ଡ୍ରଗ୍ସ ମାଫିଆଙ୍କ ଅଡିଓ ଭାଇରାଲ ହେବାପରେ ପୁଲିସ୍ ଅଧିକାରୀଙ୍କ ବଦଳି ଓ ନିଳମ୍ବନ ହୋଇଛି । ଏବେ କ୍ରାଇମ୍ବ୍ରାଞ୍ଚ ଓ ଭିଜିଲାନ୍ସ ବିଭାଗ ତଦନ୍ତ ନାମରେ ୨ଥର ଆସିଥିବା ବେଳେ ଆସନ୍ତା ଦିନରେ ଏହି ଘଟଣା ପର୍ଦଫାସ ହୋଇ ପାରିବନାହିଁ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କେତେକ ବରିଷ୍ଠ ଓକିଲ କହିଛନ୍ତି । ଏହା ଅନ୍ତରାଷ୍ଟ୍ରିୟ ଘଟଣା ହୋଇଥିବାରୁ ସିବିଆଇ ସମଗ୍ର ଘଟଣାର ତଦନ୍ତ କରିବା ସହିତ ଅପରାଧି ମାନଙ୍କୁ ଦେଶଦ୍ରେହ ମାମଲା ରୁଜୁ କରାଯାଉ ବୋଲି କହିଥିଲେ । ଏହା ନ ହେଲେ ପରବର୍ତ୍ତର ସମୟରେ ଜନସ୍ୱାର୍ଥ ମାମଲା ହେବ ବୋଲି ଚେତାବନି ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ଆଇନ୍ଜିବୀ ଜିତାଂଶୁ ଶେଖର ନନ୍ଦୀ, ପୁର୍ଣ୍ଣେନ୍ଦୁ ଆଚାର୍ଯ୍ୟ, ପତିତ ପାବନ ପ୍ରଧାନ, ବିଧାନ ଚନ୍ଦ୍ର ଜେନା, ଶ୍ରୀକୃଷ୍ଣ ଗୁପ୍ତା, ସୁବ୍ରତ ବେରା ଓ ଗଣେଶ ମାଇତି ଉପସ୍ଥିତ ଥିବା ବେଳେ ଏହିଭଳି ଧଳାଜହର କାରବାରରେ କେତେକ ଓକିଲ, ସାମ୍ବାଦିକ, ରାଜନେତା, ପ୍ରଶାସକଙ୍କ ହାତ ଥିବାର ସେମାନେ ସୂଚନା ଦେଇଛନ୍ତି । ଆଇଆଇସି ଧନେଶ୍ୱର ସାହୁ ଜଳେଶ୍ୱର ଥାନାକୁ ୨ୟ ଥର ପାଇଁ ଆସିଥିବା ବେଳେ ବର୍ତ୍ତମାନର ଆଇଆସି ନିକଟସ୍ଥ ବସ୍ତାରୁ ଆସିଥିବାରୁ ଏହି ମାମଲାର ତଦନ୍ତରେ ସ୍ୱଚ୍ଛତାନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି । ରାଜ୍ୟର ଅନ୍ୟ ଯେକୌଣସି ସ୍ଥାନରୁ ଦକ୍ଷ ଆଇଆଇସିଙ୍କୁ ନିଯୁକ୍ତି ଦେବା ସହିତ ଘଟଣାର ଏନ୍ଆଇଏ ଓ ସିବିଆଇ ତଦନ୍ତ କରାଯିବାକୁ ଦାବୀ କରିଛନ୍ତି ।