ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଗାମୀ ସାଧାରଣ ନିର୍ବାଚନ ପାଇଁ ଗତ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲର ଶେଷ ଦିବସ ଥିଲା । ସୂଚନା ଅନୁଯାୟୀ ୨୦୧୯ ନିର୍ବାଚନ ପାଇଁ ଜଳେଶ୍ୱର ନିର୍ବାଚନ ମଣ୍ଡଳୀରୁ ୧୧ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଅତିରିକ୍ତ ଜିଲାପାଳ ସମ୍ବିତ କୁମାର ନାୟକଙ୍କ ନିକଟରେ ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରେ ବିଜେଡି ଦଳରୁ ଅଶ୍ୱିନୀ କୁମାର ପାତ୍ର, କଂଗ୍ରେସ ଦଳରୁ ସୁଦର୍ଶନ ଦାସ, ବିଜେପିରୁ ଜୟନାରାଣ ମହାନ୍ତି, ସଂପର୍କକ୍ରନ୍ତି ପାର୍ଟିରୁ ଶାନ୍ତନୁ କୁମାର ଦାସ, ତ୍ରୁଣମୂଳ କଂଗ୍ରେସରୁ ଦୀପକ କୁମାର କାପୁଡି, ବହୁଜନ ସଭାଜପାର୍ଟିରୁ ପ୍ରଭାକର ଜେନା, ପ୍ରାଉଟିଷ୍ଟବ୍ଲକ ଅଫ ଇଣ୍ଡିଆରୁ ପ୍ରଦୀପ କୁମାର ସିଂହ, ସ୍ୱାଧୀନ ଭାବେ ମଧୁସୂଦନ ଦାସ, ଧ୍ରୁବଚରଣ ନାୟକ, କାର୍ତ୍ତିକ ଚନ୍ଦ୍ର ଘୋଷ ଓ ରମାକାନ୍ତ ଜେନା ପ୍ରମୁଖ ରହିଥିବା ଜଣାଯାଇଛି । ମନୋନୟନ ଯାଞ୍ଚପ୍ରକ୍ରିୟାପରେ ଆସନ୍ତା ୧୨ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିବାରୁ ଉକ୍ତ ନିର୍ବାଚନମଣ୍ଡଳୀର ସ୍ପଷ୍ଟ ଚିତ୍ର ଜଣାପଡିବ ।
ରିପୋର୍ଟ : ଭୂପତି କୁମାର ପରିଡା