
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଅପରାହ୍ନରେ ମୋ ସ୍କୁଲ ଅଭିଯାନ ଯୋଜନାରେ ୯ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ନୂତନ ଗୃହକୁ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଉଦଘାଟନ କରିଛନ୍ତି । ଏହି ଅବସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକ, ବରିଷ୍ଠ ଶିକ୍ଷକ ଶଶୀକାନ୍ତ ପ୍ରଧାନ, ଜିଲା ରକ୍ତଦାତା କମିଟି ସଦସ୍ୟ କମଳ ଚକ୍ରବର୍ତ୍ତୀ, ଶିକ୍ଷକ ମନୋଜ କୁମାର ପାଳ, ଶିକ୍ଷୟତ୍ରୀ ରାଜୁବାଳା ପାତ୍ର, ସ୍ୱର୍ଣ୍ଣପ୍ରଭା ଦାସ, ମମତା ମହାନ୍ତି, କଲ୍ୟାଣୀ ନନ୍ଦୀ, ସ୍ୱର୍ଣ୍ଣଲତା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା