
ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ନୋଡାଲ ହାଇସ୍କୁଲ ପରିସରରେ ଶିଶୁ ଦିବସ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କ ପୌରହିତ୍ୱରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ସମ୍ମାନୀତ ଅତିଥିରୂପେ ବିଇଓ ବିଜୟ କୁମାର ନାଥ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ହରେକୃଷ୍ଣ ଜେନା, ପୂର୍ଣ୍ଣଚନ୍ଦ୍ର ଭୂୟାଁ, ବିଦ୍ୟାପତି ଦେ, ଶ୍ରୀକାନ୍ତ ଦାସ, ମନୋରଂଜନ ମିଶ୍ର, ମନୋଜ କୁମାର ଦାସ, ମମତା ମହାନ୍ତି, ରାଜେନ୍ଦ୍ର ମଲ୍ଲିକ, ରାଜୁବାଳା ଚକ୍ରବର୍ତ୍ତୀ, ସ୍ୱର୍ଣ୍ଣଲତା ସେଠୀ, କଲ୍ୟାଣି ନନ୍ଦି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା