ଜଳେଶ୍ୱର (ସମୃଦ୍ଧ ଓଡିଶା) ଶିକ୍ଷକର ସାଧୁତା, କର୍ତ୍ତବ୍ୟନିଷ୍ଠା, ପ୍ରୋତ୍ସାହନ ଓ ମାନବିକତା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ବିକାଶରେ ସହାୟକ ହୁଏ । ଶିକ୍ଷକର ଦାୟିତ୍ୱସମ୍ପନ୍ନ ଏବଂ ଛାତ୍ରଛାତୟୀଙ୍କର ବିଶ୍ୱାସ ବିଦ୍ୟାଳୟର ଚାରିକାନ୍ଥ ମଧ୍ୟରେ ନୂତନ ବିକାଶ ଓ ଭବିଷ୍ୟତ ସୃଷ୍ଟି କରିବାରେ ସହାୟକ ହୁଏ ବୋଲି ଆଜି ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅବସରପ୍ରାପ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ନାୟକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶିକାନ୍ତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଳେଶ୍ୱର ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ ଯୋଗ ଦେଇ ଗୁରୁକୂଳ ଦେଶ ଓ ଜାତିକୁ ମାର୍ଗ ଦର୍ଶନ କରିପାରେ ବୋଲି ବର୍ଣ୍ଣନା କରିଥିଲେ । ସମ୍ମାନୀତ ଅତିଥିରୂପେ ପୂର୍ବତନ ଅଧ୍ୟକ୍ଷ ତଥା ପୁରାତନ ଛାତ୍ର ସଂସଦ ସଭାପତି ଶ୍ରୀକାନ୍ତ ଚରଣ ପାତ୍ର, ପରିଚାଳନା କମିଟି ସଭାପତି ଡ. ଈଶ୍ୱର ଚନ୍ଦ୍ର ଜେନା, କୁଜଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ନାଥ ନାୟକ ପ୍ରମୁଖ ଯୋଗ ଦେଇ ଆଦର୍ଶ ଶିକ୍ଷକ କେବେହେଲେ ଅବସର ନିଅନ୍ତି ନାହିଁ ବରଂ ସେମାନେ ମୃତ୍ୟୁଞ୍ଜୟୀ ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତରୂପେ ଓଷ୍ଟାର ପୂର୍ବତନ ରାଜ୍ୟ ସଭାପତି ଇନ୍ଦୁ ମାଧବ ମହାନ୍ତି ଯୋଗ ଦେଇ ଆଦର୍ଶ ଶିକ୍ଷକ ପ୍ରେରଣାର ଉତ୍ସ, ସହନଶୀଳତା, ପୂଜ୍ୟ, ଆକର୍ଷଣ କେନ୍ଦ୍ର ବିନ୍ଦୁ, ଉତ୍ତମ ଚାରିତ୍ରବାନ୍, ସାଧୁତା, ଉତ୍ସାହ ପ୍ରଦାନ କାରି, ଦାୟିତ୍ୱ ସମ୍ପନ୍ନ , ବିଶ୍ୱାସଯୋଗ୍ୟ ଓ ସାମାଜିକ ପ୍ରତିବଦ୍ଧତା ହେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ପ୍ରାଧ୍ୟାପକ ବିପିନ ବିହାରୀ ବିଶ୍ୱାଳ, ଡ. ଜିତାରାମ ଦେ, ଚିନ୍ମୟ କୁମାର ଦାସ. ଡ. ରମାକାନ୍ତ ଭଂଜ, ପ୍ରଫୁଲ୍ଲ କୁମାର ପାଠୀ, ଓଷ୍ଟାର ଜଳେଶ୍ୱର ମଣ୍ଡଳ ସଂପାଦକ ମନୋରଞ୍ଜନ ଦାସ, ରାଇବଣିଆ ମଣ୍ଡଳ ସଂପାଦକ ବଂଶୀଧର ବାରିକ, ନୋଡାଲ ଅଫିସର ମୂରଲୀ ମୋହନ ପ୍ରଧାନ, ଓଷ୍ଟାର ଜିଲା ସଂପାଦକ ବାଦଲ ଚନ୍ଦ୍ର ପାତ୍ର, ପୂର୍ବତନ ପ୍ରଧାନ ଶିକ୍ଷକ ନବକୁମାର ଦାସ, ସୁଦର୍ଶନ ପ୍ରଧାନ, ସୁବଳ ଚନ୍ଦ୍ର ପରିଡା, ଏସ୍ଏମ୍ଡିସି ସଭ୍ୟ କମଳ ଚକ୍ରବର୍ତ୍ତୀ, ଅଶୋକ ଦାସ, ସ୍ରଦ୍ଧାଞ୍ଜଳି ଦତ୍ତ, ଚନ୍ଦନ ସେଠୀ, ଶିକ୍ଷକ ନେତା ଅଜିତ୍ ମହାନ୍ତି, ଅବସରପ୍ରାପ୍ତ ଶିକ୍ଷକ ଆଶୁତୋଷ ନାୟକ ପ୍ରମୁଖ ସୁନୀଲ ବାବୁଙ୍କ କର୍ତ୍ତବ୍ୟ ବୋଧତା, ସାଂଗଠନିକ କାର୍ଯ୍ୟ, ଅନୁଷ୍ଠାନ ପ୍ରେମ, ବଂଧୁବତ୍ସଳତା ସଂପର୍କରେ କହିଥିଲେ । ପ୍ରାରମ୍ଭରେ ଗୁରୁ ପ୍ରମୋଦ ପଣ୍ଡା ଓ ମହେଶ୍ୱର ପ୍ରଧାନ ସ୍ୱାଗତ ସଂଗୀତ ଓ ବିଦ୍ୟାଳୟର ଛାତ୍ରୀ ବନ୍ଦିତା ଜେନା, ସୁଚିସ୍ମିତା କର, ପ୍ରଜ୍ଞାପାରମିତା ପରିଡା, ଶୁଭ ଗାୟତ୍ରୀ ଦାସ, ଦୀପଶିକ୍ଷା ରଣା, ସ୍ୱୟଂ ଶ୍ରୀ ବ୍ରତତୀ ସାହୁ, ନିବେଦିତା ଜେନା ପ୍ରମୁଖ ମଂଚ ଆହ୍ୱାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ନାଥ ଅଭିନନ୍ଦନିକା ସବୁରୀ ପ୍ରିୟ ସୁନୀଲ ସାର ପୁସ୍ତକକୁ ଉନ୍ମୋଚନ କରିଥିଲେ । ପରେ ପରେ ଜଳେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ, ଓଷ୍ଟା ଜଳେଶ୍ୱର, ଦୀଗମ୍ବରୀ ଗ୍ରୁପ ଅଫ ଇନିଷ୍ଟିଚ୍ୟୁସନ, ଓଷ୍ଟା ରାଇବଣିଆ, ଓଷ୍ଟା ବାଲେଶ୍ୱର ଜିଲା, ଶିକ୍ଷକ ନେତା ଶଶାଂକ ଶେଖର ମହାନ୍ତି, ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ, ଶିକ୍ଷକ ନେତା ଇନ୍ଦୁ ମାଧବ ମହାନ୍ତି, ବିଦ୍ୟାଳୟର ପୁରାତନ ଛାତ୍ରୀ, ଶିକ୍ଷକ ଶକ୍ଷୟତ୍ରୀ ଓ ଏନ୍ସିସି କ୍ୟାଡେଟ୍ ଓ ଛାତ୍ରଛାତ୍ରୀମାନେ ସୁନିଲ କୁମାର ନାୟକଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିଦ୍ୟାପତି ଦେ, ପୂର୍ଣ୍ଣଚନ୍ଦ୍ର ଭୂୟାଁ, କାହ୍ନୁ ଚରଣ ଜେନା, ମନୋରଂଜନ ମଲ୍ଲିକ, ରାଜେନ୍ଦ୍ର ପାଣିଗ୍ରାହୀ, ଶ୍ରୀକାନ୍ତ ଦାସ, ସୁବାସ ଚନ୍ଦ୍ର ଦାସ, ସରୋଜ ଶାସମଲ, ମନୋଜ ପାଣି, ସ୍ୱର୍ଣ୍ଣଲତା ସେଠୀ, ପବିତ୍ର ସେନାପତି, ସପନ ମିଶ୍ର ଓ ଅଶୋକ ଦାସ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ଶିକ୍ଷକ ହରେକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା