ଜଳେଶ୍ୱର (ସମୃଦ୍ଧ ଓଡିଶା) ବହୁ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନର ଜଳେଶ୍ୱର ପଞ୍ଚାୟତ ସମିତି ଆସନ ସଂରକ୍ଷଣ ଚୁଡାନ୍ତ ତାଲିକା ପ୍ରକାଶ ପାଇଛି । ବ୍ଲକ ଅକ୍ଷ୍ୟକ୍ଷ ପଦବି ଅଣସଂରକ୍ଷିତ ଥିବା ବେଳେ ୩୫ଟି ପଞ୍ଚାୟତ ଲାଗି ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଏଥିରୁ ସରପଞ୍ଚ ଆସନ ପାଇଁ ମହିଳାଙ୍କୁ ୧୪, ଅନୁସୂଚୀତ ଜାତି ମହିଳାଙ୍କୁ ୪, ଅଣସଂରକ୍ଷିତଙ୍କ ଲାଗି ୧୩, ଅନୁସୂଚିତ ଜାତି ପ୍ରାର୍ଥୀଙ୍କ ଲାଗି ୪ ଓ ଅଣସଂରକ୍ଷିତ ମହିଳାଙ୍କ ଲାଗି ଗୋଟିଏ ଆସନ ରହିଥିବା ଜଣାଯାଇଛି । ସେହିପରି ସମିତି ସଦସ୍ୟ ପଦବୀ ଲାଗି ମହିଳାଙ୍କୁ ୧୦, ଅନୁସୂଚୀତ ଜାତି ମହିଳା ୪, ଅଣ ସଂରକ୍ଷଣ ୧୧, ଅନୁସୂଚିତ ଜାତି ୩, ଅନୁସୂଚିତ ଜନଜାତି ୩, ଅନୁସୂଚୀତ ଜନଜାତି ମହିଳା ୪ଟି ପଦବୀ ସଂରକ୍ଷିତ ରହିଛି । ପ୍ରାପ୍ତ ସୂଚନା ଅନୁଯାୟୀ ସରପଞ୍ଚ ମହିଳା ସଂରକ୍ଷଣ ଲାଗି ଆରୁହା, କଳମା, କାଳିକ, କୋଟସାହି, ଖାଲିନା, ଖୁଆଡ, ଗୋପିମୋହନପୁର, ଗୋବରଘଟା, ନାମ୍ପୋ, ବର୍ତ୍ତନା, ମାକିଡିଆ, ରାଜପୁର, ସର୍ଦ୍ଦାରବନ୍ଧ ଓ ସୁଗୋ ପଞ୍ଚାୟତ ରହିଥିବା ଜଣାଯାଇଛି । ଅନୁସୂଚୀତ ଜାତି ମହିଳାଙ୍କ ଲାଗି ଓଲମରା, ଖୁଦିଆ ମାଝିସାହି, ଦସକ୍ଷିଣ ପ୍ରହରାଜପୁର, ପାଇକସିଦା ପଂଚାୟତକୁ ସଂରକ୍ଷଣ କରାଯାଇଛି । ଅଣ ସଂରକ୍ଷଣ ଭାବେ ଖୁଲୁଡା, ଝାଡପିପଳ, ନଛିମପୁର, ବରଡିହା, ବାଇଗଣବାଡିଆ, ମହମ୍ମଦନଗରପାଟଣା, ରାଇବଣିଆ, ରାୟାଁରାମଚନ୍ଦ୍ରପୁର, ଶ୍ୟାମନଗର, ଶ୍ରୀରାମପୁର, ସମ୍ପତ୍ତିଆ, ଲକ୍ଷ୍ମଣନାଥ, ଗଡସାହି ବାଲିଆପାଳ ପଞ୍ଚାୟତ ରହିଛି । ଅନୁସୂଚିତ ଜାତି ଲାଗି ଚମାରଗାଁ, ନେତୁଆ, ପଶ୍ଚିମବାଡ ଓ ପାଇକସୀଦା ରହିଥିବା ବିଜ୍ଞାପନରୁ ପ୍ରକାଶ । ସମିତି ସଦସ୍ୟରେ ମହିଳା ଆସନଭାବେ ଆରୁହା, ଖାଲିନା, ଗୋପିମୋହନପୁର, ନାମ୍ପୋ, ବାଇଗଣବାଡିଆ, ମହମ୍ମଦନଗରପାଟଣା, ମାକିଡିଆ, ରାଜପୁର, ସୁଗୋ, ସମ୍ପତ୍ତିଆ ପଂଚାୟତ ରହିଛି । ଅନୁସୂଚିତ ଜାତି ମହିଳା ଆସନଲାଗି ଓଲମରା, ଚମାର ଗାଁ, ନେତୁଆ, ପାଇକସିଦା ପଞ୍ଚାୟତ ରହିଛି । ଅଣ ସଂରକ୍ଷଣ ଆସନ ତାଲିକାରେ କଳମା, କୋଟସାହି, ଖୁଲୁଡା, ଗଡସାହିବାଲିଆପାଳ, ଝାଡପିପଳ, ଦକ୍ଷିଣ ପ୍ରହରାଜପୁର, ନଛିମପୁର, ବର୍ତ୍ତନା, ରାୟାଁରାମଚନ୍ଦ୍ରପୁର, ଶ୍ରୀରାମପୁର ଓ ଲକ୍ଷ୍ମଣନାଥ ପଂଚାୟତ ରହିଥିବା ଜଣାଯାଇଛି । ଅନୁସୂଚିତ ଜାତି ପଦବୀ ତାଲିକାରେ ଖୁଦିଆ ମାଝିସାହି, ପଶ୍ଚିମବାର୍ଡ, ଶିଖରପୁର ରହିଥିବା ବେଳେ ଅନୁସୂଚିତ ଜନଜାତି ତାଲିକାରେ ସର୍ଦ୍ଦାରବନ୍ଧ, ଗୋବରଘଟା ଓ ବରଡିହା ପଂଚାୟତ ରହିଛି । ଅନୁସୂଚିତ ଜନଜାତି ମହିଳା ତାଲିକାରେ ଶ୍ୟାମନଗର, ରାଇବଣିଆ, ଖୁଆଡ ଓ କାଳିକ ପଞ୍ଚାୟତ ରହିଥିବାର ପ୍ରକାଶିତ ବିଜ୍ଞପ୍ତିରୁ ଜଣାଯାଇଛି । ଆଜି ଏହି ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଆଶାୟୀ ସରପଞ୍ଚ, ସମିତି ସଦସ୍ୟ ପଦବୀ ଲାଗି ପାଗ ଭିଡିଥିବା ବହୁ ନେତୃ ସ୍ଥାନୀୟ ବ୍ୟକ୍ତି ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନ ପାରିବା ଜଣାଯିବା ପରେ ସେମାନଙ୍କ ମନରେ ନୈରାଶ୍ୟତା ପ୍ରକାଶ ପାଇଛି ।
ରିପୋର୍ଟ : ଭୂପତି ପରିଡା