ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତିକରଣ ବିଭାଗ ଏବଂ ଜଳେଶ୍ୱର ପଂଚାୟତ ସମିତି ଆନୁକୂଲ୍ୟରେ ଆର୍ନ୍ତଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବାଲେଶ୍ୱର ଅତିରିକ୍ତ ଜିଲାପାଳ ସମ୍ବିତ୍ କୁମାର ନାୟକ ଉଦଘାଟନ କରି ବରିଷ୍ଠ ନାଗରିକଙ୍କ ଭାଷାରେ ବଡ ମଣିଷ ଠାରୁ ଭଲ ମଣିଷ ହେବାର ସମାଜରେ ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ବିଭିନ୍ନ କାର୍ଯ୍ୟରେ ବରିଷ୍ଠ ନାଗରିକମାନଙ୍କୁ ଯେପରି ସୁବିଧା ସୁଯୋଗ ମିଳିବା କଥା ସେଥିପାଇଁ ପ୍ରଶାସନୀକ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଊଥିବା ବେଳେ ସେଥିପାଇଁ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଜଳେଶ୍ୱର ବିଡିଓ ନିତ୍ୟାନନ୍ଦ ସାହୁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଗ୍ରାମାଞ୍ଚଳର ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦିଆଯାଉଥିବା ସୁବିଧାସୁଯୋଗ ସଂପର୍କରେ ବର୍ଣ୍ଣନା କରିଥିଲେ । ବ୍ଲକ ଅଧ୍ୟକ୍ଷା ସବିତାରାଣୀ ଦଳେଇ, ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ପ୍ରମୁଖ ଏହି ଅବସରରେ ସମ୍ମାନୀତ ଅତିଥିରୂପେ ଯୋଗ ଦେଇ ବ୍ଲକ ସ୍ତରରେ ବରିଷ୍ଠ ନାଗରିକ ମଞ୍ଚ ଗଠନ କରି ସାମାଜିକ କ୍ଷେତ୍ରରେ ସେମାନଙ୍କୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ନାମ୍ପୋ ଦୁଇଭାଇ ପାଲା ପରିଷଦ ପକ୍ଷରୁ ଚନ୍ଦ୍ରମୋହନ ରାଉଳଙ୍କ ନିର୍ଦ୍ଦେଶନାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବରିଷ୍ଠ ନାଗରିକମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ଯୋଗ ଶିବିର ପ୍ରମୁଖ ଅନୁଷ୍ଠିତ କରାଯାଇ ପ୍ରତ୍ୟେକ ବରିଷ୍ଠ ନାଗରିକମାନଙ୍କୁ ସମ୍ବାଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବ୍ଲକ ସାମାଜୀକ ସୁରକ୍ଷା ଅଧିକାରିଣୀ ତିଳୋତ୍ତମା ପଣ୍ଡା, ସେକ୍ସନ ଅଫିସର ଅଧିର କୁମାର ପ୍ରମାଣିକ, କର୍ମଚାରୀ ସୁରେନ୍ଦ୍ର ଭୁୟାଁ ପ୍ରମୁଖ ପରିଚାଳନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡ଼ା