ଜଳେଶ୍ୱର ପବ୍ଲକି ସ୍କୁଲର ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମ୍ପ୍ରତି ସମାଜରେ ସଂସ୍କୃତି ଓ ପରମ୍ପରା ହଜି ଯାଉଛି । ଶିକ୍ଷାରରେ ମୂଲ୍ୟବୋଧ ଓ ନୈତିକର ଘୋର ଅଭାବ ଦେଖା ଦେଇଛି । ଫଳରେ ଅବକ୍ଷୟମୁଖୀ ସମାଜ ଆସନ୍ତା ଦିନରେ ବିପନ୍ନ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଆଜି ସଂଧ୍ୟାରେ ଜଳେଶ୍ୱରରେ ଆରମ୍ଭ ହୋଇଥିବା ପବ୍ଲିକ ସ୍କୁର ବାର୍ଷିକ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଜଳେଶ୍ୱରର ସତସଙ୍ଗ ବିହାରଠାରେ ଜଳେଶ୍ୱର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏକ ବର୍ଣ୍ଣାଢ୍ୟ ମଂଚରେ ଆୟୋଜନ ହୋଇଥିବା ସଭାରେ ଅନୁଷ୍ଠାନର ସଭାପତି ତଥା ନାକ୍ ସଦସ୍ୟ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଈଶ୍ୱର ଚନ୍ଦ୍ର ଜେନା ଅଧ୍ୟକ୍ଷତା କରି ବିଦ୍ୟାଳୟର ଚାରିକାନ୍ଥରେ ଶିକ୍ଷା ସୀମିତ ନ ରହି ବ୍ୟାପକ ହେବା ସଂପର୍କରେ କହିଥିଲେ । ମୁଖ୍ୟ ଅତିଥିଭାବେ ସିଦ୍ଧିବିନାୟକ ଗ୍ରୁପ ଅଫ୍ ଇନିଷ୍ଟିଚ୍ୟୁସନର ଅଧ୍ୟକ୍ଷ ସୁଧାଂଶୁ ସେଖର ପଣ୍ଡା ଯୋଗ ଦେଇ ଶିକ୍ଷାରେ ମୂଲ୍ୟବୋଧ ଏବଂ ଚରିତ୍ର ଗଠନର ମୂଳଭିତ୍ତି ରହିଆ ଆବଶ୍ୟକ ବୋଲି ମତବ୍ୟକ୍ତି କରିଛନ୍ତି । ମୁଖ୍ୟବକ୍ତା ଭାବେ ପ୍ରଫେସର ଡ. ହରପ୍ରସାଦ ସାହୁ ଯୋଗ ଦେଇ ଭାରତୀୟ ସଂସ୍କୃତି, ପରମ୍ପରା ତଥା ଆଧ୍ୟାତ୍ମିକ ଚିନ୍ତା ଚେତନା ମଧ୍ୟରେ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଦେବାର ସମୟ ଆସିଛି, ବିଜ୍ଞ ଓ ସମାଜ ସଚେତନ ବ୍ୟକ୍ତି ଏଥିପ୍ରତି ଗୁରୁତ୍ୱ ନ ଦେଲେ ଭବିଷ୍ୟତ ବିପନ୍ନ ହେବ ବୋଲି ସେ ସୂଚାଇଛନ୍ତି । ସମ୍ମାନୀତ ଅତିଥିଭାବେ ଅବସର ପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ ଓ ଜିତାରାମ ଦେ ଯୋଗଦେଇ ଜଳେଶ୍ୱର ଭଳି ଏକ ଉପାନ୍ତ ଅଂଚଳରେ ଏପରି ଅନୁଷ୍ଠାନର ଆବଶ୍ୟକତା ତଥା ଏହାର ଅଗ୍ରଗତିରେ ଜଳେଶ୍ୱରବାସୀ ସନ୍ତୋଷ ପ୍ରକାଶ କରୁଥିବା ସଂପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନ ମୁଖ୍ୟ ପୃଷ୍ଠପୋଷକ ଅଧ୍ୟାପକ କେଦାର ନାଥ ମହାନ୍ତି ଜଳେଶ୍ୱରରେ ଇଂରାଜୀ ମିଡିୟମ୍ ସ୍କୁଲର ଆବଶ୍ୟକତା ସଂପର୍କରେ ମତବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଅଂଜନ କୁମାର ଦେ ବିବରଣୀ ପାଠ କରି ଏପରି ଏକ ଅନୁଷ୍ଠାନ ଉପାନ୍ତରେ ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରିଥିବା ସଂପର୍କରେ କହିଥିଲେ । ପରିଚାଳନା କମିଟିର ସଭାପତି ମାନସ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା